ନିରଞ୍ଜନଙ୍କ ନିଦ ହଜାଇଛି ଟିକଟ ଟେନସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ନିରଞ୍ଜନଙ୍କ ନିଦ ହଜାଇଛି ଟିକଟ ଟେନସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ପାଇଁ ଜଟିଳ ହେଉଛି ପ୍ରାର୍ଥୀ ଚୟନ ଗଣିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମାତ୍ର ୬ ଲୋକସଭା ଓ ୩୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ। ଆଶାୟୀମାନେ ଖୋଲାଖୋଲି  ନିଜ ଦାବି ଜଣାଉଥିବାରୁ କାହାକୁ ଟିକଟ ଦେବେ ଓ କାହାର କାଟିବେ ତାକୁ ନେଇ ଅଡ଼ୁଆରେ ହାଇକମାଣ୍ଡ । ଏଣେ କିଛି ଆସନରେ ଘୋଷିତ ପ୍ରାର୍ଥୀଙ୍କୁ ବି  ଆରମ୍ଭ ହୋଇଯାଇଛି ବିରୋଧ। ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିନ୍ତା ବଢ଼ିଯାଇଛି।

ସୂଚନା ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବାକି ଥିବା ୩ ଲୋକସଭା ଓ ୨୭ ବିଧାନସଭା ଆସନ ଲାଗି ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ। ଏପଟେ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ନାଁକୁ ନେଇ ବି ତେଜୁଛି ବିବାଦ। ବାଲିଗୁଡ଼ାରେ ସିମନ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଏଠାକାର କର୍ମୀ ଜୋରଦାର ବିରୋଧ କରିବା ସହ ଗତ ଥର ପ୍ରାର୍ଥୀ କ୍ଲେଶ ପ୍ରଧାନଙ୍କୁ ପୁଣି ଥରେ ଟିକଟ ଦେବା ଲାଗି ସେମାନେ ଦାବି କରିଛନ୍ତି। ଭଞ୍ଜନଗରରେ ସଂଜୟ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯିବାକୁ ବି କର୍ମୀ ଗ୍ରହଣ କରୁନାହାନ୍ତି। ଏମିତିକି ଉଭୟ ପିସିସି ଓ ଏ‌ଆଇସିସିକୁ ନେଇ କର୍ମୀମାନେ ଲିଖିତ ଅବଗତ କରିଛନ୍ତି। ତେବେ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିରଞ୍ଜନ କହିଛନ୍ତି।

ସେପଟେ ଟିକଟ ଟେନସନକୁ ଦେଖି କଂଗ୍ରେସ ନୂଆ ଷ୍ଟ୍ରାଟେଜି ଆପଣେଇଛି। ତାଲିକା ଘୋଷଣା ନକରି ନାମାଙ୍କନ ଲାଗି ପ୍ରସ୍ତୁତ ରହିବାକୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଗୁପ୍ତରେ ନିର୍ଦ୍ଦେଶ ଦିଆଯାଉଛି। ପ୍ରାର୍ଥିପତ୍ର ଦାଖଲ ଲାଗି ସେମାନଙ୍କୁ ଗ୍ରୀନ ସିଗନାଲ ମିଳିସାରିଥିବା କୋଟପାଡ଼ ଓ ଜି. ଉଦୟଗିରି ବିଧାୟକ ଦାବି କରିଛନ୍ତି। ଏପଟେ ଟିକଟ ଅସନ୍ତୋଷ ଭିତରେ ଆଜି ଦଳ ଛାଡିଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ। ଅନ୍ୟପକ୍ଷରେ ବିଜେଡି ଛାଡ଼ିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କଂଗ୍ରେସରେ ଯୋଗ ଦେବାକୁ ଚିଠି ଲେଖିଥିବା ପିସିସି ସଭାପତି କହିଛନ୍ତି ।

ଆସନ୍ତାକାଲି ଦିଲ୍ଲୀରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଛି। ଏଥିରେ ପ୍ରଥମ ଦୁଇ ପର୍ଯ୍ୟାୟର ଅବଶିଷ୍ଟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବ। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା’ ଉପରେ ନଜର ରହିଛି।



from Odisha Reporter https://ift.tt/2HznzOe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages