ରାଜନୀତିକୁ ଆସିବା ପରେ ପ୍ରଥମଥର ଭାଷଣ ଦେଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ରାଜନୀତିକୁ ଆସିବା ପରେ ପ୍ରଥମଥର ଭାଷଣ ଦେଲେ ପ୍ରିୟଙ୍କା

ଗାନ୍ଧିନଗର: ଜାନୁଆରୀ ମାସରେ ରାଜନୀତିରେ ପାଦ ଦେଇଥିବା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଦେଶର ଭୋଟରମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜି ଗୁଜରାଟ୍‌ର ଗାନ୍ଧିନଗର ଠାରେ ପ୍ରିୟଙ୍କା ତାଙ୍କ ବକ୍ତବ୍ୟରେ ଭୋଟରମାନେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଜାଣିବା ଦରକାର ବୋଲି କହିଛନ୍ତି। ସାଧାରଣ ଲୋକଙ୍କ ଭୋଟ୍‌ ଏକ ଅମୋଘ ଅସ୍ତ୍ର ବୋଲି କହିବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ, ମହିଳା ସୁରକ୍ଷା ଓ ଚାଷୀ ସମସ୍ୟା ଏଥର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।
 
ପ୍ରିୟଙ୍କା କହିଛନ୍ତି, “ ସମସ୍ତେ ରାଜନେତାଙ୍କୁ ଠିକ୍‌ ପ୍ରଶ୍ନ କରିବା ଦରକାର। ନିର୍ବାଚନ ବେଳେ ଅନେକ ପ୍ରସଙ୍ଗ ଉଠିବ। ହେଲେ ଜଣେ ବ୍ୟକ୍ତି ସବୁ ପ୍ରସଙ୍ଗରେ ସଚେତନ ହେବା ଜରୁରି। କାରଣ ଏହା ଦେଶ ପ୍ରତି ଆମମାନଙ୍କର କର୍ତ୍ତବ୍ୟ। ପ୍ରକୃତ ପ୍ରସଙ୍ଗ ଉଠାଇବା ଦରକାର। ଏ ଦେଶ ହେଉଛି ଲୋକଙ୍କର। ଏହି ଦେଶ ହେଉଛି ଚାଷୀମାନଙ୍କର। ଏହି ଦେଶ ଯୁବକ ମାନଙ୍କର। ଆମେ ସଚେତନ ରହିଲେ ଦେଶର ସୁରକ୍ଷା କରିପାରିବା।”
 
ପ୍ରିୟଙ୍କା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରିନାହାନ୍ତି। ସେ କୋଟି କୋଟି ଲୋକଙ୍କୁ ଚାକିରି ଦେବେ ବୋଲି କହିଥିଲେ, ହେଲେ ଏସବୁ ପୂରଣ ହେଲାନି। ମୋଦି ସରକାର ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରିଦେବା ସହ ଦେଶରେ ବିଷର ମଞ୍ଜି ବୁଣୁଛନ୍ତି ବୋଲି ପ୍ରିୟଙ୍କା  କହିଛନ୍ତି।
 
ଜାନୁଆରୀ ମାସରେ ପ୍ରିୟଙ୍କାକୁ କଂଗ୍ରେସର ମହାସଚିବ ଦାୟିତ୍ୱ ମିଳିବା ପରେ ସେ ପୂର୍ବ ଉତ୍ତର ପ୍ରଦେଶରେ ଦଳର ମଙ୍ଗ ସମ୍ଭାଳୁଛନ୍ତି। ମୋଦିଙ୍କ ଲୋକସଭା ଆସନ ବାରାଣସୀ ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳରେ ରହିଛି। 


from Odisha Reporter https://ift.tt/2EWSKzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages