ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟ୍‌ ନେଇ ବୈଠକ: ବାହାରି ପାରିଲାନି ନିଷ୍କର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟ୍‌ ନେଇ ବୈଠକ: ବାହାରି ପାରିଲାନି ନିଷ୍କର୍ସ

କଟକ (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଓ ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍‌ ନେଇ ଆଜି ବସିଥିବା ବୈଠକରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ପରବର୍ତ୍ତୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ କହିଛନ୍ତି।

ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହା ସତ୍ତ୍ୱେ କଟକ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ୍ ହାଇସ୍କୁଲ, ବଲାଙ୍ଗିରର ଘୁନସର ସରକାରୀ ହାଇସ୍କୁଲ ଓ ଢେଙ୍କାନାଳର ପଳାସପୀଠା ପି.ଆର୍‌. ହାଇସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟମାନେ କପି ଯୋଗାଇଥିବାର ଦୃଶ୍ୟ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଏହି ୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଥିଲା।

ଏହାଛଡ଼ା ମାଲକାନଗିରି ଜିଲ୍ଲାର ପଡ଼ିଆ ଠାରେ ଏକ ପରୀକ୍ଷା କେନ୍ଦ୍ରରୁ ୧୦୮ ଓଏମ୍‌ଆର୍‌ ଶୀଟ୍‌ ଗାଏବ ହୋଇଯାଇଥିଲା।

ଆଜି ବସିଥିବା ବୈଠକରେ ଏହି ସମସ୍ତ ବିଷୟ ଉପରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନାରେ କୌଣସି ନିଷ୍ପତ୍ତି ବାହାରି ପାରିନଥିଲା। ତେବେ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ କହିଛନ୍ତି।



from Odisha Reporter https://ift.tt/2Ty3AGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages