ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ ‘ମୋଦି’ ଫିଲ୍ମର ନିର୍ମାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ ‘ମୋଦି’ ଫିଲ୍ମର ନିର୍ମାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି। ତେଣୁ ଫିଲ୍ମଟି ୧୧ ତାରିଖରେ ରିଲିଜ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଆଜି ସୁପ୍ରିମକୋର୍ଟ ଫିଲ୍ମ ରିଲିଜ୍‌ ବିରୋଧୀ ଆବେଦନ ଖାରଜ କରି ନିର୍ବାଚନ କମିଶନଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି।

ପୂର୍ବରୁ ନିର୍ବାଚନ କମିଶନ ଏହି ଫିଲ୍ମର ରିଲିଜ୍‌ ପାଇଁ ଅନୁମତି ଦେଇଥିବାରୁ ଏବେ ରିଲିଜ ପାଇଁ ଆଉ ସମସ୍ୟା ନାହିଁ। ତେଣୁ ଆଜି ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦିଙ୍କ ଭୂମିକାରେ ଅଭନୟ କରିଥିବା ଅଭିନେତା ବିବେକ ଓବେରୟ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଏଭଳି ଫିଲ୍ମର ରିଲିଜ୍‌ ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।



from Odisha Reporter http://bit.ly/2UDxB7r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages