
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପ୍ରକୃତରେ ତୁ ଯଦି ଜଗନ୍ନାଥ। ହେ, ପ୍ରଭୁ ବିଜେଡି ସରକାର ଧ୍ୱଂଶ ପାଇଯାଉ।’
ଏମିତି କହି ଜଣେ ଯୁବକ ମୁଣ୍ଡିଆ ମାରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରୁ ଲାଗୁଛି ଯୁବକ ଜଣକ ନିଜର କିଛି ସାଥୀଙ୍କ ସହ ଏବେ ବମ୍ବେରେ କୌଣସି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହେଲେ ସେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ହୋଇ ମନଇଚ୍ଛା ଗାଳି ବର୍ଷିବାରେ ଲାଗିଛନ୍ତି। କାଳିଆ ଯୋଜନାର ଅର୍ଥ ତାଙ୍କ ପରିବାର ଲୋକଙ୍କୁ ନ ମିଳି ହଡପ୍ ହୋଇଛି ଓ ବିଜେଡି ତାଙ୍କୁ କିଛି ଦେଇନି ବୋଲି ମୁଣ୍ଡିଆ ମାରି ଯୁବକ ଜଣକ କହୁଥିବା ଦେଖିବାକୁ ମିଳୁଛି।
ବିଧାୟକ ଅତନୁଙ୍କ ଉପରେ ମଧ୍ୟ ଯୁବକ ଜଣକ ବର୍ଷିବା ସହ ହାଜତ ମୃତ୍ୟୁ ଘଟଣାରେ ତାଙ୍କ ସମ୍ପୃକ୍ତି ରହିଛି ବୋଲି କହୁଛନ୍ତି। ଭିଡିଓରେ ଦେଖାଯାଉଥିବା ଯୁବକଙ୍କ ଜଣେ ସାଥି ତାଙ୍କୁ କାହାକୁ ଭୋଟ ଦେବ ବୋଲି ପଚାରିବାରୁ ସେ ବୈଜୟନ୍ତଙ୍କ କଥା କହୁଛନ୍ତି।
ଭିଡିଓଟି ଦେଖି ହସ ଲାଗିବା ସ୍ୱାଭାକିକ୍। କିନ୍ତୁ କାଳିଆ ଯୋଜନା ଯେ, ରାଜ୍ୟ ସରକାରଙ୍କୁ ହଟହଟା କରିବ ଏ କଥା ଭିଡିଓ ଦେଖିଲେ ଆପଣ ଠିକ୍ ଜାଣିପାରିବେ। ତା’ ହେଲେ ଦେଖନ୍ତୁ ଏହି ଭିଡିଓ ।
from Odisha Reporter http://bit.ly/2KpoSBM
No comments:
Post a Comment