
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେପି ପରେ ଶେଷରେ ନିଜ ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସ୍ରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ‘କାଳିଆ’ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ ଯୋଜନାର କାର୍ଯ୍ୟକାରିତା ଏବଂ ୩ ବର୍ଷ ପରେ ଏଥିରେ ସଂଶୋଧନ ଆଣିବା ଲାଗି କାଳିଆ କମିଶନ ଗଠନ କରାଯିବ। ଚାଷୀଙ୍କ ପରିବାରର ପିଲାଙ୍କ ଉଚ୍ଚ ଓ ବୃତ୍ତିଗତ ଶିକ୍ଷା ଲାଗି କାଳିଆ ଶିକ୍ଷା ବୃତ୍ତି ଦିଆଯିବା ବିଷୟ ଘୋଷଣାପତ୍ରରେ ଉଲ୍ଲେଖ ରହିଛି।
ତା’ସହ ରାଜ୍ୟରେ କୃଷିର ବିକାଶ ଲାଗି ଅନେକ ପ୍ରତିଶ୍ରୁତି ଦେଇଛି ବିଜେଡି। ପ୍ରତି ପଞ୍ଚାୟତରେ ଗୋଦାମ ଘର ଓ କୋଲ୍ଡଷ୍ଟୋର୍ ନିର୍ମାଣ, ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଶସ୍ୟ ଋଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଧାନର ଏମ୍ଏସ୍ପି ୨୯ ଶହ ୩୦ ଟଙ୍କା କରିବା ଦାବିକୁ ଦଳ କେନ୍ଦ୍ର ନିକଟରେ ଉଠାଇବ ବୋଲି କହିଛି।
ସେହିପରି ମହିଳା ଓ ଯୁବବର୍ଗଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି। ନୂଆ ଶିଳ୍ପାନୁଷ୍ଠାନରେ ସଂପୃକ୍ତ ଅଞ୍ଚଳର ଶିକ୍ଷିତ ଝିଅଙ୍କ ଲାଗି ୭୫ ପ୍ରତିଶତ ଚାକିରି ସଂରକ୍ଷଣ, ବିନା ସୁଧରେ ଶିକ୍ଷା ଋଣ ଏବେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ଦେବାକୁ ଦଳ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଗରିବ ପରିବାରର ଝିଅଙ୍କ ବିବାହ ଲାଗି ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଝିଅଙ୍କୁ କେଜିରୁ ପିଜି ଯାଏ ମାଗଣା ଶିକ୍ଷା ମିଳିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି।
ସେହିପରି ଇସ୍ତାହାରରେ ବିକାଶର ସୁନେଲି ସ୍ୱପ୍ନ ଦେଖାଇଛି ବିଜେଡି। ପୂରା ରାଜ୍ୟକୁ ସଂଯୋଗ କରିବା ପାଇଁ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ, କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ବିଜେଡି ତା’ର ଇସ୍ତାହାରରେ ଉଲ୍ଲେଖ କରିଛି।
from Odisha Reporter http://bit.ly/2Kl4GRx
No comments:
Post a Comment