ଦିଲ୍ଲୀ ବିମାନ ବନ୍ଦରରେ ନବୀନ-ଧର୍ମେନ୍ଦ୍ରଙ୍କ ଭେଟକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଦିଲ୍ଲୀ ବିମାନ ବନ୍ଦରରେ ନବୀନ-ଧର୍ମେନ୍ଦ୍ରଙ୍କ ଭେଟକୁ ନେଇ ଚର୍ଚ୍ଚା

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରାରେ ନିର୍ବାଚନ ସ୍ଥଗିତ ରଖିବା ପ୍ରସ୍ତାବ ନେଇ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯାଇଥିବା ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବିମାନ ବନ୍ଦରରେ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ସୂଚନା ଅନୁସାରେ, ଦିଲ୍ଲୀ ବିମାନ ବନ୍ଦରରେ ଆଜି ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଅଚାନକ ଭେଟ ହୋଇଥିଲା। ନବୀନଙ୍କୁ ଦେଖିବା ମାତ୍ରେ ଧର୍ମେନ୍ଦ୍ର ନମସ୍କାର ଜଣାଇଥିଲେ ଓ ନବୀନ ମଧ୍ୟ ସ୍ମିତହାସ୍ୟ ଦେଇ କରମର୍ଦ୍ଦନ କରିଥିଲେ। ଉଭୟ ନେତା ସ୍ପଳ୍ପ ସମୟ ପାଇଁ କୌଣସି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ନବୀନଙ୍କୁ ଗାଡ଼ି ନିକଟକୁ ଛାଡ଼ିବାକୁ ଧର୍ମେନ୍ଦ୍ର ଆସିଥିବା ଦେଖିବାକୁ ମିଳିଥିଲା। ତେବେ ନବୀନ ଓ ଧର୍ମେନ୍ଦ୍ରଙ୍କ ଏହି ଭେଟଘାଟ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି।

ଗତକାଲି ସମାପ୍ତ ହୋଇଥିବା ରାଜ୍ୟର ୪ଟି ପର୍ଯ୍ୟାୟର ନିର୍ବାଚନରେ ବିଜେପିଠାରୁ ବିଜେଡିକୁ କଡ଼ା ଟକ୍କର ମିଳିଛି। ଦୀର୍ଘ ଦେଢ଼ମାସ ହେଲା ଉଭୟ ବିଜେଡି ଓ ବିଜେପି ପରସ୍ପର ବିରୁଦ୍ଧରେ କଟୂ ସମାଲୋଚନା ସହ ବ୍ୟକ୍ତିଗତସ୍ତରରେ ସମାଲୋଚନା କରୁଥିବାବେଳେ ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ରଙ୍କ ସହ ନବୀନଙ୍କ ଗୁପ୍ତ ମନ୍ତ୍ରଣାକୁ ନେଇ ରାଜ୍ୟରେ ପୁଣିଥରେ ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଅବଶ୍ୟ ଏହି ଦୁଇ ନେତାଙ୍କ ଭେଟଘାଟକୁ ନେଇ ଦୁଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ କିମ୍ବା ଉଭୟ ନେତା ମଧ୍ୟ ଏହାକୁ ଖଣ୍ଡନ କରିନାହାନ୍ତି।



from Odisha Reporter http://bit.ly/2DGKHa2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages