ଗିରଫ ୬ ଆତଙ୍କୀଙ୍କ ମଧ୍ୟରେ ପିଏଚଡି ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଗିରଫ ୬ ଆତଙ୍କୀଙ୍କ ମଧ୍ୟରେ ପିଏଚଡି ଛାତ୍ର

ଶ୍ରୀନଗର: ଜମ୍ମୁ-କଶ୍ମୀରର ଜାତୀୟ ରାଜପଥରେ ଘଟିଥିବା କାର୍‌ ବୋମା ବିସ୍ଫୋରଣ ଘଟଣାରେ ଆଜି ପୁଲିସ୍‌ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ପିଏଚ୍‌ଡି ଛାତ୍ର ରହିଛନ୍ତି। ଏହି କାର ବିସ୍ଫୋରଣ ପରେ ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମ୍‌ଲା କଥା ମନେ ପଡ଼ିଥିଲା। ହେଲେ ଏହି ଦୁଇଟି ଘଟଣା ପରସ୍ପର ଠାରୁ ଭିନ୍ନ ବୋଲି ପୁଲିସ୍‌ ସ୍ପଷ୍ଟ କରିଛି।

ମାର୍ଚ୍ଚ ୩୧ରେ ବାନିହାଲ ଠାରେ ସିରିଆରପିଏଫ୍‌ କନଭୟ ଅତିକ୍ରମ କରୁଥିବା ବେଳେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲା। ଏବେ ଏହି କାର ବୋମା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନର ହାତ ରହିଥିବା ପୁଲିସ୍‌ କହିଛି।

କୁଖ୍ୟାତ ଆତଙ୍କୀ ମୁନ୍ନା ବିହାରୀ ନିର୍ଦ୍ଦେଶରେ ହିଁ ହଣ୍ଡା ସାଣ୍ଟ୍ରୋ କାର୍‌ ଜରିଆରେ ଏଭଳି ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ହିଲାଲ ଅହମ୍ମଦ ମଣ୍ଟୋ ନାମକ ଜଣେ ଆତଙ୍କୀ ରହିଛି। ସେ ପିଏଚଡି କରୁଥିଲା। ତେବେ ବ୍ୟାନ୍‌ ହୋଇଥିବା ଛାତ୍ର ସଂଗଠନ ଜାମାତ ଇ-ଇସଲାମ ସହ ତା’ର ସମ୍ପର୍କ ରହିଥିଲା। ହିଲାଲକୁ ପଞ୍ଜାବର ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟରୁ ଗିରଫ କରାଯାଇଛି।

ସେହିପରି ଅନ୍ୟ ଜଣେ ଆତଙ୍କୀର ନାଁ ଓୱାଇସି ଅମିନ। ସେ ଜଣେ ବିବିଏ ଛାତ୍ର। ଅମିନ୍‌ ହିଁ ସେଦିନ କାର ଚଳାଇ ବିସ୍ଫୋରଣ କରିଥିଲା। ତେବେ କାର୍‌ ବିସ୍ଫୋରଣ ପୂର୍ବରୁ ସେ ତଳକୁ ଡେଇଁ ପଡ଼ିଥିଲା। ତାକୁ ଏପ୍ରିଲ ୧ରେ ଗିରଫ କରାଯାଇଥିଲା।

ଅନ୍ୟ ଗିରଫ ଆତଙ୍କବାଦୀମାନେ ହେଲେ ୱାସିମ, ଉମର ଶୈଫ୍‌, ଅକିବ ଶାହା ଓ ଶାହିଦ ୱାନି। ଏହି ଗିରଫ ଆତଙ୍କବାଦୀଙ୍କ ଘର ଜମ୍ମୁ-କଶ୍ମୀରରେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2DG8Gq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages