ରାହୁଲଙ୍କ ପାଇଁ ବାହାରିଲେ ଭଉଣୀ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ରାହୁଲଙ୍କ ପାଇଁ ବାହାରିଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ରିଟିଶ ନାଗରିକତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ପ୍ରଥମଥର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସମଗ୍ର ଭାରତ ଜାଣିଛି ରାହୁଲ ଭାରତରେ ଜନ୍ମ ଗ୍ରହଣ କରିଥିଲେ ବୋଲି କହି ସେ ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି।

ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି, “ସମଗ୍ର ଭାରତ ଜାଣିଛି ରାହୁଲ ଗାନ୍ଧି ଜଣେ ଭାରତୀୟ। ସେ ଏଇଠି ଜନ୍ମ ଗ୍ରହଣ କରିଛନ୍ତି। ସେ ଦେଶବାସୀଙ୍କ ଆଗରେ ବଡ଼ ହୋଇଛନ୍ତି। ସମସ୍ତେ ଏକଥା ଜାଣିଛନ୍ତି। ଏବେ କାହିଁକି ଏଭଳି ପ୍ରସଙ୍ଗ ଉଠିଛି?”

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ ନିର୍ବାଚନ ବେଳେ ବିଜେପିର ଏଭଳି କଥା ମନେପଡ଼ୁଛି। କେବଳ ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ରାହୁଲଙ୍କ ନାଗରିକତ୍ୱକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏହାର ଜବାବ ଜନତା ଦେବେ।”



from Odisha Reporter http://bit.ly/2VEeuKP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages