ନବୀନଙ୍କ ପ୍ରସନ୍ନଙ୍କୁ ଟକ୍କର ଦେବେ ମୋଦିଙ୍କ ସୁରେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ନବୀନଙ୍କ ପ୍ରସନ୍ନଙ୍କୁ ଟକ୍କର ଦେବେ ମୋଦିଙ୍କ ସୁରେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ରେ ୨ୟ ପର୍ଯ୍ୟାୟ ମତଦାନ। ଆସ୍କା, ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅଧିନରେ ଥିବା ବିଧାନସଭାଗୁଡିକ ପାଇଁ ହେବ ଭୋଟ୍‌। ଏହି ନିର୍ବାଚନ ମଣ୍ଡଳୀଗୁଡିକ ମଧ୍ୟରୁ ପ୍ରମୁଖ ହେଉଛି ବରଗଡ଼। ଏହି ଆସନରେ ଅଛନ୍ତି ୨ ଭେଟେରାନ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ। ଜଣେ ବିଜେଡିରୁ ତ ଜଣେ ବିଜେପିରୁ। ଦୁହେଁ ନିଜ ନିଜ ଦଳରେ ପୁରୁଖା, ଅଭିଜ୍ଞ। ଜଣେ ନବୀନଙ୍କ ନାଁ ନେଇ ପ୍ରଚାର କରୁଛନ୍ତି ତ ଅନ୍ୟ ଜଣେ ମୋଦିଙ୍କର।

ଏବେ ପ୍ରଶ୍ନ, କାହା ପ୍ରତି ଢଳିବେ ଭୋଟର ?

ବରଗଡ଼ ଲୋକସଭା ଆସନ ବେଶି ଦିନର ନୁହେଁ। ୨୦୦୮ରୁ ଏହାର ସୃଷ୍ଟି। ମାତ୍ର ୨ଟି ନିର୍ବାଚନ ଦେଖିଛି ଏହି ଆସନ। ପ୍ରଥମ ଥର ୨୦୦୯ରେ  କଂଗ୍ରେସ ଦଖଲ କରିଥିଲା ଏହି ଆସନକୁ। କିନ୍ତୁ ୨ୟ ଥର ୨୦୧୪ରେ ଦଳ ପ୍ରତି ଲୋକଙ୍କ ଆସ୍ଥା ତୁଟିଲା ଆଉ କଂଗ୍ରେସକୁ ଭୋଟର ୩ୟ ସ୍ଥାନକୁ ଠେଲି ଦେଇଥିଲେ।

୨ୟ ନିର୍ବାଚନ ଅର୍ଥାତ ୨୦୧୪ରେ ବିଜେପି-ବିଜେଡି ମଧ୍ୟରେ ହୋଇଥିଲା ଟକ୍କର। ମାତ୍ର ୧୧ ହଜାର ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ ଡ.ପ୍ରଭାସ କୁମାର ସିଂ।  ତେଣୁ ଏଥର ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି ।

ଏଥର ଏଠାରେ ସବୁ ଦଳ ନୂଆ ପ୍ରାର୍ଥୀ ଦେଇଛନ୍ତି। ଅଭିଜ୍ଞତାରେ ପୁରୁଣା ହେଲେ ମଧ୍ୟ ଆସନ ସେମାନଙ୍କ ପାଇଁ ନୂଆ। ଏଠାରେ ବିଜେଡି ପ୍ରାର୍ଥୀ କରିଛି ପ୍ରସନ୍ନ ଆଚାର୍ଯ୍ୟଙ୍କୁ। ପ୍ରସନ୍ନ  ବିଜେଡିର ଜଣେ ଭେଟେରାନ ନେତା। ୪ଥର ସାଂସଦ ଏବଂ ୨ ଥର ମନ୍ତ୍ରୀ ହୋଇ ସାରିଛନ୍ତି। ଏହି ଅଞ୍ଚଳର ଲୋକ ମଧ୍ୟ ସେ ।  ୨୦୧୪ ନିର୍ବାଚନରେ ଏହି ଆସନରୁ ଜିତିଥିବା ପ୍ରଭାସ କୁମାର ସିଂଙ୍କୁ ହଟାଇ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିଛି ଦଳ। ପୂର୍ବରୁ ପ୍ରସନ୍ନ ଏହି ଆସନ ଅଧୀନରେ ଥିବା ବିଜେପୁରରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ। ହେଲେ କଂଗ୍ରେସର ସୁବଳ ସାହୁଙ୍କଠାରୁ ମାତ୍ର ୪୫୮ ଭୋଟରେ ହାରି ଯାଇଥିଲେ। ତେଣୁ ବିଜେପୁର ବିଧାନସଭା ଆସନରେ ପ୍ରସନ୍ନଙ୍କ ଭଲ ପ୍ରଭାବ ରହିଛି ।

ଏହାଛଡା ୧୯୯୦ ଓ ୧୯୯୫ ନିର୍ବାଚନରେ ପ୍ରସନ୍ନ ବରଗଡ଼ ସଦର ବିଧାନସଭା ଆସନରୁ ଜନତା ଦଳ ଟିକଟରେ ଜିତିଥିଲେ। ତେଣୁ ଏହି ଆସନରେ ଲୋକେ ତାଙ୍କୁ ଜାଣନ୍ତି। ତା ଛଡ଼ା ନବୀନଙ୍କ ଲୋକପ୍ରିୟତା ଏବଂ ଦଳୀୟ ଭୋଟ ତାଙ୍କର ବିଜୟ ଆଶାକୁ ବଢାଇଛି।

ଅନ୍ୟପକ୍ଷେ ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇଛି ସୁରେଶ ପୂଜାରୀଙ୍କୁ। ଛାତ୍ରନେତାରୁ ରାଜ୍ୟ ରାଜନୀତିକୁ ଆସିଛନ୍ତି ସୁରେଶ। ସମ୍ବଲପୁରରେ ରହୁଥିଲେ ମଧ୍ୟ ପୈତୃକ ଘର ବରଗଡ଼ରେ । ରାଜ୍ୟ ରାଜନୀତିରେ ବିଜୟ ମୁକୁଟ କେବେ ପିନ୍ଧି ନ ଥିଲେ ମଧ୍ୟ ସୁରେଶଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ୧୯୯୨ରୁ ୧୯୯୬ ସେ ସମ୍ବଲପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିଲେ। ୨୦୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବ ଛିଡା ହୋଇଥିଲେ। ମାତ୍ର ୩୦ ହଜାର ଭୋଟରେ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କଠାରୁ ହାରି ଯାଇଥିଲେ। ଏଥର ସମ୍ବଲପୁର ଛାଡି ବରଗଡ଼ରୁ ଠିଆ ହୋଇଛନ୍ତି। ବରଗଡ଼ ଲୋକସଭା ଆସନ ଅଧୀନରେ ଥିବା ବ୍ରଜରାଜନଗର ବିଧାନସଭା ଆସନରେ ମଧ୍ୟ ସୁରେଶ ତିନିଥର ବିଧାୟକ ପ୍ରାର୍ଥୀ ଭାବେ ଠିଆ ହୋଇ ହାରିଛନ୍ତି।

ଶେଷଥର ପାଇଁ ୨୦୦୯ରେ ଏଠାରେ ଠିଆ ହୋଇ ମାତ୍ର ୧୭୦୦ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ତେଣୁ ଏହି ଅଞ୍ଚଳରେ ତାଙ୍କର ମୁହଁଚିହ୍ନା ରହିଛି। ତା ଛଡ଼ା ଛାତ୍ରନେତା ଭାବ ମଧ୍ୟ ତାଙ୍କର ଲୋକ ସମ୍ପର୍କ ଭଲ। ଏହାକୁ ପାଥେୟ କରି ନିଜ ଅଞ୍ଚଳ ଛାଡି ବରଗଡ ବିଧାନସଭାରୁ ଛିଡା ହୋଇଛନ୍ତି। ପ୍ରସନ୍ନଙ୍କୁ ଟକ୍କର ଦେବା ସୁରେଶଙ୍କ ପାଇଁ କଷ୍ଟକର ହେବ । ତଥାପି ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭୋଟରଙ୍କ ଭିତରେ ଏକ ମୋଦି ଲହର ପ୍ରବାହିତ ହେଉଛି। ଯଦି ସେହି ଲହର କାମ କରେ ତେବେ ସୁରେଶଙ୍କ ପାଇଁ ଜିତିବା ସହଜ ହୋଇଯିବ । ନଚେତ ଦୁଇ ଭେଟେରାନଙ୍କ ମଧ୍ୟରେ ହେବ କଡା ଟକ୍କର।



from Odisha Reporter http://bit.ly/2GiWQUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages