ସେନାର ରାଜନୀତିକରଣ ନେଇ ଚିଠି ଲେଖିନାହାନ୍ତି ପୂର୍ବତନ ସେନାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ସେନାର ରାଜନୀତିକରଣ ନେଇ ଚିଠି ଲେଖିନାହାନ୍ତି ପୂର୍ବତନ ସେନାଧିକାରୀ

ନୂଆଦିଲ୍ଲୀ: ସେନାକୁ ନେଇ ରାଜନୀତି କରାଯାଉଛି ଦର୍ଶାଇ ପୂର୍ବତନ ସେନାଧିକାରୀମାନେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଥିବା ଘଟଣାରେ ନୂଆ ମୋଡ଼ ଆସିଛି। ଏହି ଚିଠିର ପ୍ରଥମ ଦୁଇ ସ୍ୱାକ୍ଷରକର୍ତ୍ତା ଏପରି କରିଥିବା ଅସ୍ୱୀକାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚିଠିରେ ପ୍ରଥମ ସ୍ୱାକ୍ଷର ଥିବା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ୍‌ଏଫ୍‌ ରୋଡ୍ରିଗ୍ସ ଏବଂ ବାୟୁସେନା ମୁଖ୍ୟ ଏନ୍‌ସି ସୁରୀ ଶୁକ୍ରବାର ଦାବି କରିଛନ୍ତି ସେମାନେ ଏହି ଚିଠିରେ କେବେ ମଧ୍ୟ ସ୍ୱାକ୍ଷର କରିନାହାନ୍ତି।

ଜେନେରାଲ ରୋଡ୍ରିଗ୍ସ ଏହି ବିଷୟରେ କହିଛନ୍ତି, ସେ ଚିଠିରେ କ’ଣ ଅଛି ମୁଁ ଜାଣିନି। ମୋର ସାରା ଜୀବନରେ ମୁଁ ରାଜନୀତିରୁ ଦୂରେଇ ରହିବାକୁ ଚାହିଁଛି। ସବୁବେଳେ ଭାରତ ପ୍ରଥମେ, ତା’ପରେ ଆଉ ଯାହା। ଜାଣିନି ଏମାନେ କିଏ, କିନ୍ତୁ ‘ଫେକ୍‌ ନ୍ୟୁଜ୍‌’ର ଏହା ବଡ଼ ଉଦାହରଣ।”

ସେହିପରି ପୂର୍ବତନ ବାୟୁସେନା ମୁଖ୍ୟ ସୁରୀ କହିଛନ୍ତି, ଏହା ଆଡମିରାଲ ରାମଦାସଙ୍କ ଚିଠି ନୁହେଁ। ଏହା କେହି ଜଣେ ମେଜର ଚୌଧୁରୀ ପ୍ରସ୍ତୁତ କରିଛନ୍ତି। ସେ ହିଁ ଏହା ଲେଖିଛନ୍ତି ଏବଂ ଏହା ହ୍ୱାଟ୍ସଆପ୍‌ ଓ ଇମେଲ୍‌ରେ ଘୂରିବୁଲୁଛି। ଏଥିପାଇଁ ମୋ ଅନୁମତି ନିଆଯାଇନାହିଁ। ଏଥିରେ ଯାହା ଲେଖା ଯାଇଛି, ମୁଁ ସେଥିରେ ରାଜି ନୁହେଁ। ଆମ ବିନା ଅନୁମତିରେ ଆମ ନାଁ ଦିଆଯାଇଛି।”


ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ଏହି ଚିଠିରେ କୁହାଯାଇଥିଲା ବିଭିନ୍ନ ରାଜନେତା ଭୋଟ୍‌ ରାଜନୀତି ପାଇଁ ସେନାକୁ ବ୍ୟବହାର କରୁଛନ୍ତି। ଗତ ଏପ୍ରିଲ ୧୧ରେ ଲିଖିତ ଏହି ଚିଠିରେ ୧୫୬ ଜଣ ପୂର୍ବତନ ସେନା ଅଧିକାରୀଙ୍କ ସ୍ୱାକ୍ଷର ରହିଥିଲା। ରାଷ୍ଟ୍ରପତିଙ୍କୁ ‘ସୁପ୍ରିମ୍‌ କମାଣ୍ଡର’ ସମ୍ବୋଧନ କରି କୁହାଯାଇଥିଲା ସୀମାପାର ଆକ୍ରମଣକୁ ନେଇ କିଛି ନେତା ଶ୍ରେୟ ନେବାର ରାଜନୀତି କରୁଛନ୍ତି।

ରାଷ୍ଟ୍ରପତି ଭବନରେ ଏହି ଚିଠି ଏଯାଏ ପହଞ୍ଚିନଥିବା ଜଣାପଡ଼ିଛି। ତେବେ ଏହି ଚିଠିରେ ନିର୍ବାଚନ କମିଶନଙ୍କୁ ପ୍ରଶଂସା ମଧ୍ୟ କରାଯାଇଥିଲା। ଯୋଗୀ ଆଦିତ୍ୟନାଥ ‘ମୋଦି ଜୀ କା ସେନା’ କହିବାକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିବାରୁ ନିର୍ବାଚନ କମିଶନଙ୍କୁ ସାଧୁବାଦ ଦିଆଯାଇ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତି, ‘ପ୍ରଥମ ଭୋଟ୍‌ ସେନାକୁ ଉତ୍ସର୍ଗ କର’କୁ ନେଇ ମଧ୍ୟ ଏଥିରେ ପ୍ରଶ୍ନ ଉଠାଯାଇଥିଲା। ଦଳୀୟ କର୍ମୀ ସେନା ଟୋପି ଓ ପୋଷାକ ପିନ୍ଧିବା ଏବଂ ସେନା ଫଟୋ ସହିତ ପୋଷ୍ଟର ଲଗାଇବାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଯାଇ ଥିଲା।

ଏଥିରେ କୁହାଯାଇଥିଲା, ଆମେ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରୁଛୁ ସେ ତୁରନ୍ତ ପଦକ୍ଷେପ ନେଇ ବିଭିନ୍ନ ରାଜନୀତିକ ଦଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ ସେମାନେ ସେନା ୟୁନିଫର୍ମ ଏବଂ ସେନାକୁ ସେମାନଙ୍କ ରାଜନୀତିକ ଫାଇଦା ପାଇଁ ବ୍ୟବହାର ନ କରନ୍ତୁ।



from Odisha Reporter http://bit.ly/2USn5t1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages