
ନୂଆଦିଲ୍ଲୀ: ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର ହି ଚୋର ହୈ’ ବୋଲି କହି ହରଡ଼ଘଡ଼ାରେ ପଡ଼ିଛନ୍ତି।
ରାହୁଲ ସୁପ୍ରିମକୋର୍ଟଙ୍କ ରୁଲିଂକୁ ଭୁଲ ଭାବେ ଉପସ୍ଥାପନ କରି ମୋଦିଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିବାରୁ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ସର୍ବୋଚ୍ଚ ଅଦାଲତରେ ରାହୁଲଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ସୁପ୍ରିମକୋର୍ଟଙ୍କୁ ଏହାର ଜରୁରୀ ଶୁଣାଣି କରିବାକୁ ମଧ୍ୟ ଶ୍ରୀମତୀ ଲେଖି ନିଜ ଆବେଦନରେ କହିଛନ୍ତି। ଆସନ୍ତା ସୋମବାର ଏହାର ଶୁଣାଣି ହେବ।
ରାଫେଲ ଡିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ କେନ୍ଦ୍ର ସରକାରଙ୍କୁ ଯେଉଁ କ୍ଲିନ୍ଚିଟ୍ ଦେଇଥିଲେ, ବୁଧବାର ଏହାର ପୁନଃ ବିଚାର କରିବେ ବୋଲି କହିଛନ୍ତି।
ଏଥିସହ ରାଫେଲ ଡିଲ୍କୁ ନେଇ ଗୋପନୀୟ ଦସ୍ତାବିଜ୍ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ତା’ହା ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଅନ୍ତରୀଣ ଶୁଣାଣି ପରେ ରାହୁଲ ଗାନ୍ଧି ଏକାଧିକ ନିର୍ବାଚନ ସଭାରେ କହିଥିଲେ.”ଏବେ ସୁପ୍ରିମକୋର୍ଟ ଦେଶର ଚୌକିଦାର ହି ଚୋର ହୈ ବୋଲି କହିଛନ୍ତି। ତେଣୁ ରାଫେଲ ଡିଲ୍ରେ ଚୌକିଦାରଙ୍କ ଚୋରି ଧରା ପଡ଼ିଯାଇଛି।”
ତେବେ ଏହା ବିରୋଧରେ ଶ୍ରୀମତୀ ଲେଖି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀମତୀ ଲେଖିଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ମାମଲା ପରିଚାଳନା କରିଥିଲେ।
ସେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ, “କଂଗ୍ରେସ ସଭାପତି ଏକାଧିକ ଥର ବିଭିନ୍ନ ସ୍ଥାନରେ କହିଛନ୍ତି ଯେ ସୁପ୍ରିମକୋର୍ଟ ରାଫେଲ ଡିଲ୍ ପ୍ରସଙ୍ଗରେ ‘ଚୌକିଦାର ହି ଚୋର ହୈ’ ବୋଲି ରୁଲିଂ ଦେଇଛନ୍ତି। କିନ୍ତୁ ବାସ୍ତବରେ ସୁପ୍ରିମକୋର୍ଟ କୌଣସି ସ୍ଥାନରେ ଏକଥା କହିନାହାନ୍ତି। ସୁପ୍ରିମକୋର୍ଟଙ୍କ ନାଁ ନେଇ ମିଥା ପ୍ରଚାର କରିବା ଅଦାଲତ ଅବମାନନା।”
ଏହାପରେ ଜଷ୍ଟିସ୍ ଗୋଗୋଇ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ ବୋଲି କହିଛନ୍ତି।
from Odisha Reporter http://bit.ly/2IrKD1i
No comments:
Post a Comment