
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ଆଗାମୀ ବିଶ୍ୱକପ୍ ପାଇଁ ତା’ର ସ୍କ୍ୱାଡ୍ରେ ପରିବର୍ତ୍ତନ କରିଛି। ଆହତ ସମସ୍ୟା ଯୋଗୁ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ସ୍କ୍ୱାଡ୍ରେ ଥିବା ଅନରିଚ ନୋରଟେଜ୍ ଏବେ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ଅଲରାଉଣ୍ଡର କ୍ରିସ୍ ମୋରିସ୍ଙ୍କୁ ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ସ୍କ୍ୱାଡ୍ରେ ସ୍ଥାନ ମିଳିଛି। ମୋରିସ୍ ୨୦୧୮ ଫେବୃଆରୀ ମାସରୁ ଦକ୍ଷିଣ ଆଫ୍ରିକା ପାଇଁ ମୋରିସ୍ ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ତଥାପି ତାଙ୍କୁ ଦିନିକିଆ ବିଶ୍ୱକପ୍ ସ୍କ୍ୱାଡ୍ରେ ସାମିଲ କରାଯାଇଛି।
ଅନ୍ୟପକ୍ଷରେ କାଗିସୋ ରବାଡାଙ୍କୁ ନେଇ ମଧ୍ୟ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଦ୍ୱନ୍ଦ୍ୱରେ ରହିଛି। ଆଇପିଏଲ୍ ଖେଳିବା ସମୟରେ ରବାଡା ମାଂସପେଶୀ ଜନିତ ଆହତର ସମ୍ମୁଖୀନ ହୋଇଥିଲେ। ଏବେ ତାଙ୍କୁ ଦୁଇରୁ ୩ ସପ୍ତାହ ବିଶ୍ରାମ ଆବଶ୍ୟକ।
ତେଣୁ ସେ ମେ’ ୩୦ରେ ଆରମ୍ଭ ହେଉଥିବା ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ, ତାକୁ ନେଇ ସମସ୍ୟା ଦେଖାଦେଇଛି। ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ।
from Odisha Reporter http://bit.ly/2H2pHLX
No comments:
Post a Comment