
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯୋଗୁ ପୁରୀ ରେଳ ଷ୍ଟେସନରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ତେବେ ଆଜି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ପୁରୀରୁ ଖୋର୍ଦ୍ଧା ରୋଡ୍ ଯାଏଁ ଏକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଆଜି ସକାଳ ୯ଟା ୪୫ରେ ଏହି ସ୍ପେଶାଲ୍ ଟ୍ରେନଟି ପୁରୀରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ଅଭିମୁଖେ ଆସିଥିଲା। ଦିନ ୧୨ଟା ୩୦ରେ ସ୍ପେଶାଲ୍ ଟ୍ରେନଟି ପୁରୀକୁ ଫେରିଥିଲା।
ବାତ୍ୟା ପରେ ଗତକାଲି ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ପେଶାଲ୍ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସାଧାରଣତଃ ଖୋର୍ଦ୍ଧା ରୋଡରୁ ପୁରୀ ୧ ଘଣ୍ଟା ସମୟ ଲାଗୁଥିବା ବେଳେ ଗତକାଲି ସାଢେ ୪ ଘଣ୍ଟା ଲାଗିଥିଲା। ଏପଟେ ବିଭିନ୍ନ କାରଣରୁ ୭ଟି ଟ୍ରେନକୁ ବାତିଲ କରିଛି ପୂର୍ବତଟ ରେଲୱେ। ଏହା ମଧ୍ୟରେ ରହିଛି ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ।
ଆସନ୍ତାକାଲି ବାହାରିବାକୁ ଥିବା ସାଲିମାର-ପୁରୀ ଏକ୍ସପ୍ରେସ୍ ଓ ଚେନ୍ନାଇ-ସାନ୍ତ୍ରାଗାଛି ସୁବିଧା ଏକ୍ସପ୍ରେସକୁ ମଧ୍ୟ ବାତିଲ କରି ଦିଆଯାଇଛି। ଅନ୍ୟକିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ ଆଜି ଦିନ ୧୨ଟା ପରିବର୍ତ୍ତେ ରାତି ଗୋଟାଏରେ ଛାଡ଼ିବ। ସେହିପରି ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଓ ଭୁବନେଶ୍ୱର-ଜୁନାଗଡ଼ ଲିଙ୍କ୍ ଏକ୍ସପ୍ରେସ୍ ରାତି ୧୨ଟା ୩୦ରେ ଛାଡ଼ିବ। ଭୁବନେଶ୍ୱର-ପୁନେ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୪୫ରେ ଛାଡ଼ିବ।
ଅନ୍ୟପକ୍ଷରେ ପୁରୀ ଅଭିମୁଖେ ଯାଉଥିବା ୯ଟି ଏକ୍ସପ୍ରେସ୍ ଟ୍ରେନ, ଖୋର୍ଦ୍ଧା ରୋଡ୍ ଷ୍ଟେସନ ଯାଏଁ ହିଁ ଯାତ୍ରା କରିବ। ସେହିପରି ପୁରୀରୁ ବାହାରୁଥିବା ୯ଟି ଏକ୍ସପ୍ରେସ୍ ଟ୍ରେନ୍ ପୁରୀ ବଦଳରେ ଖୋର୍ଦ୍ଧାରୋଡ ଷ୍ଟେସନରୁ ଛାଡିବ।
from Odisha Reporter http://bit.ly/2VqJEpW
No comments:
Post a Comment