ପ.ବଙ୍ଗରେ ଆଗୁଆ ସରିଲା ପ୍ରଚାର, ରବିବାର ଭୋଟ୍‌, ପୁଣି ହଟିଲେ ଦୁଇ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ପ.ବଙ୍ଗରେ ଆଗୁଆ ସରିଲା ପ୍ରଚାର, ରବିବାର ଭୋଟ୍‌, ପୁଣି ହଟିଲେ ଦୁଇ ଅଧିକାରୀ

ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍‌ ହେବ। ଏହି ପର୍ଯ୍ୟାୟରେ ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ନିର୍ବାଚନ ହେବ। ଏହସବୁ ସ୍ଥାନରେ ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ।

ପଶ୍ଚିମବଙ୍ଗରେ ଏବେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମଧ୍ୟରେ ଟକ୍କର ହେଉଛି। ଆଜି ପ୍ରଚାରର ଶେଷ ଦିନରେ ମୋଦି ଓ ମମତା ଦୁଇ ଦୁଇଟି ରାଲି କରି ପରସ୍ପରକୁ ଟାର୍ଗେଟ କରିଛନ୍ତି। ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନ ପାଇଁ ଭୋଟ୍‌ ହେବ। ସମଗ୍ର ଦେଶରେ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ନିୟମ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଶେଷ ହେଉଥିଲେ ହେଁ ପଶ୍ଚିମବଙ୍ଗରେ ଆଜି ରାତି ୧୦ଟାରେ ପ୍ରଚାର ଶେଷ ହୋଇଛି। ମଙ୍ଗଳବାର ବିଜେପି ସଭାପତି ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏହି କାରଣରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୯ଟି ଯାକ ଆସନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ୨୦ ଘଣ୍ଟା ଆଗରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କମିଶନର ପଶ୍ଚିମଙ୍ଗର କେତେଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ।

ସେହିପରି ଆଜି ନିର୍ବାଚନ କମିଶନ ଡାଇମଣ୍ଡ ହାର୍ବର୍‌ର ଏସ୍‌ଡିପିଓ ମିଥୁନ କୁମାର ଦେ ଓ ଆମହର୍ଷ୍ଟ ଷ୍ଟ୍ରିଟର ଅଫିସର ଇନ୍‌ଚାର୍ଜ କୌଶିକ ଦାସଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇ ଦେଇଛନ୍ତି। ଉଭୟ ଅଧିକାରୀ କୌଣସି ନିର୍ବାଚନ ସଂକ୍ରାନ୍ତ ପୋଷ୍ଟରେ ରହିପାରିବେ ନାହିଁ ବୋଲି କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ପୂର୍ବତନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଏଡିଜି ସିଆଇଡି ପଦରୁ ହଟାଇବା ସହ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ବଦଳି କରାଯାଇଥିଲେ। ତେବେ ସେ ବିଳମ୍ବରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ଶ୍ରୀ କୁମାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ରିପୋର୍ଟ କରିବାର ଥିଲା। କିନ୍ତୁ ସେ ମଧ୍ୟାହ୍ନ ୧୨ରୁ ୧ଟା ମଧ୍ୟରେ ସେଠାକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ସେ ଚାଲି ଯାଇଥିଲେ। ୧୯୮୯ ବ୍ୟାଚ୍‌ର ଏହି ଆଇପିଏସ୍‌ ଜଣଙ୍କ ୨୦୧୬ରୁ ୨୦୧୯ ଫେବୃଆରୀ ମାସ ଯାଏ କୋଲକାତା ପୁଲିସ୍‌ କମିଶନର ଭାବେ କାର୍ଯ୍ୟ କରିଥିଲେ। ଏହାପରେ ତାଙ୍କୁ ସିଆଇଡି ଏଡିଜି ଭାବେ ଅବସ୍ଥାପିତ କରାଯାଇଥିଲା। ପଶ୍ଚିମବଙ୍ଗ ହିଂସା ପରେ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ବଦଳି କରାଯାଇଥିଲା।

ମଙ୍ଗଳବାର ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଘଟିଥିବା ହିଂସାକାଣ୍ଡ ବେଳେ ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିପାଇଁ ଆଜି ପଶ୍ଚିମବଙ୍ଗ ପୁଲିସ୍‌ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଛି।

ଅନ୍ୟପକ୍ଷରେ ରାଜ୍ୟରେ ଧାରା ୩୨୪ ଲାଗୁ କରାଯିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ, ଏସପି ଓ ବିଏସପି ଭଳି ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ବିଜେପି ମଧ୍ୟ ଆଜି ନିର୍ବାଚନ କମିଶନଙ୍କ ନିକଟରେ ହାଜର ହୋଇ ମମତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।

ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନରେ ମତଦାନ ହେବ। କିନ୍ତୁ ତା’ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ କଳି ଚରମ ସମୀରେ ପହଞ୍ଚିଛି। ମତଦାନର ବିଭିନ୍ନ ପର୍ଯ୍ୟାୟରେ ଗଣ୍ଡଗୋଳ ଘଟିଥିଲେ ହେଁ ମଙ୍ଗଳବାର ଅମିତ୍ ଶାହଙ୍କ କୋଲକାତା ରାଲିରେ ଘଟିଥିବା ଗଣ୍ଡଗୋଳ ଘଟଣା ରାଜନୀତିକ ତାତିକୁ ବଢ଼ାଇ ଦେଇଛି।

ବିଶେଷ କରି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ କିଏ ଭାଙ୍ଗିଲା, ତାକୁ ନେଇ ବିଜେପି ଓ ଟିଏମସି ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି। ଆଜି ମୋଦି ଏହି ଘଟଣା ପାଇଁ ଟିଏମସିକୁ ଦାୟୀ କରି ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବିଜେପି ନିର୍ମାଣ କରିବ ବୋଲି କହିଛନ୍ତି। କିନ୍ତୁ ମୋଦିଙ୍କୁ ମମତା କଡ଼ା ଭାଷାରେ ଜବାବ ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଜେପି ଟଙ୍କା ଚାହେଁନାହିଁ। ବିଜେପି ପୂର୍ବରୁ ପ୍ରତିମୂର୍ତ୍ତି ଭାଙ୍ଗିବାର ନଜିର ରହିଛି। ବିଜେପି ହିଁ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛି ବୋଲି ମମତା ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2JPCpjY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages