
ସମ୍ୱଲପୁର (ସଞ୍ଜୟ ଜେନା): ବାପା ଓ ଦୁଇ ପୁଅ ବାଇକ୍ରେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ବାପା ଓ ଜଣେ ପୁଅଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପୁଅ ଜଣଙ୍କ ଗୁରୁତର ଆହତ ହୋଇ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ସନ୍ଧ୍ୟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ୱଲପୁର ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କୁଟାସିଂହା ନିକଟରେ ଘଟିଛି।
ପୂରା ଘଟଣା ଏମିତି। ରେଢ଼ାଖୋଲ ଲଣ୍ଡେଇବାହାଳ ଗାଁର ବିଶି ମିର୍ଦ୍ଧା ଓ ତାଙ୍କର ଦୁଇ ପୁଅ ଏକ ବାଇକରେ ଶ୍ୱଶୁର ଘର କିଶୋରନଗର ଭାଙ୍ଗମୁଣ୍ଡା ଗାଁକୁ ଯାଇଥିଲେ। ସେଠାରୁ ଗାଁକୁ ଫେରୁଥିବା ସମୟରେ ସନ୍ଧ୍ୟା ବେଳେ ଜାତୀୟ ରାଜପଥର କୁଟାସିଂହା ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବାପା ବିଶି ମିର୍ଦ୍ଧା ଓ ପୁଅ ବାପି ମିର୍ଦ୍ଧାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
from Odisha Reporter http://bit.ly/2Vt7mNd
No comments:
Post a Comment