ଖାକିରେ କଳଙ୍କ! ନାବାଳିକାକୁ ୪ ପୁଲିସ୍ କର୍ମଚାରୀଙ୍କ ଗଣଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଖାକିରେ କଳଙ୍କ! ନାବାଳିକାକୁ ୪ ପୁଲିସ୍ କର୍ମଚାରୀଙ୍କ ଗଣଦୁଷ୍କର୍ମ ଅଭିଯୋଗ

rape

ଜାମସେଦପୁର (ରବି ଝା): ଜାମସେଦପୁରର ଜଣେ ନାବାଳିକାକୁ ଚାରି ଜଣ ପୁଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାରସୁଗୁଡ଼ା ଏବଂ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଜାମସେଦପୁର ଟୋଲକୋ ଥାନାରେ ଅଭିଯୋଗ ହୋଇଛି।

ମେ’ ୭ତାରିଖରେ ସଂପୃକ୍ତ ନାବାଳିକାଙ୍କୁ ଝାରଖଣ୍ଡର ବାଗବେଡ଼ା ପୁଲିସ୍ ଉଦ୍ଧାର କରିଥିଲା। ତାଙ୍କୁ ପୂର୍ବ ସିଂହଭୂମ ଜିଲ୍ଲାର ବାଲ୍ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ତାଙ୍କର ଭିଣୋଇ ଦେହ ବ୍ୟବସାୟରେ ଲଗାଇଥିଲା। ଜଣେ ମଧ୍ୟସ୍ଥି ଜରିଆରେ ତାଙ୍କୁ ଛତିଶଗଡ଼ର ରାୟପୁର ଓ ଝାରସୁଗୁଡ଼ା ନିଆଯାଇଥିଲା।
ଏତଲାରେ ଦର୍ଶାଯାଇଛି ଯେ, ରାୟପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ୮ ଦିନ ରଖି ଏକାଧିକ ଥର ଦୁଷ୍କର୍ମ କରାଯାଇଥିଲା। ଟେଲକୋ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ଝାରସୁଗୁଡ଼ାରେ ଏଭଳି ଘଟଣା ଘଟିଥିବା ନେଇ ଏତଲାରେ ଉଲ୍ଲେଖ ଥିବାରୁ ଝାରସୁଗୁଡ଼ା ପୁଲିସ୍‌ ମଧ୍ୟ ଘଟଣା ସମ୍ପର୍କରେ ଖୋଳତାଡ଼ କରୁଛି।

ଜାମସେଦପୁର ଏସ୍‌ଏସ୍‌ପି ଅନୁପ ବିଥରେ କହିଛନ୍ତି,“ଝାରସୁଗୁଡ଼ାରେ କେହି ପୁଲିସ୍ ଅଙ୍କଲ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ତାଙ୍କ ବୟାନ କୋର୍ଟରେ ଦାଖଲ କରାଯିବ। ତାଙ୍କର ଡାକ୍ତରୀମାଇନା ବି କରାଯିବ। ସେ ଯେଉଁ ଯେଉଁ ସ୍ଥାନ କଥା କହିଛନ୍ତି, ସେହି ସବୁ ସ୍ଥାନକୁ ଚିହ୍ନଟ କରାଯାଇ ତଦନ୍ତ କରାଯିବ।”

ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି,“ନିର୍ଦ୍ଦିଷ୍ଟ ଭାବେ ଝାରସୁଗୁଡ଼ା ପୁଲିସ୍‌ର ୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇନି। ଝାରସୁଗୁଡ଼ା ଓ ରାୟପୁରରେ ୪ ପୁଲିସ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଟେଲକୋ ପୁଲିସ୍ ଯାହା ସହାୟତା ମାଗିବ ଆମେ ଦେବୁ।”



from Odisha Reporter http://bit.ly/2w5tBhQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages