ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମୋଦି ଓ ଶାହଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମୋଦି ଓ ଶାହଙ୍କ

ନୂଆଦିଲ୍ଲୀ: ଗତକାଲି ସରିଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ଆସନ୍ତାକାଲି ମତଦାନ ହେବ। ଏହା ପୂର୍ବରୁ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କ ଆରାଧନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥକୁ ଯାଇ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି। ହେଲିପ୍ୟାଡ଼୍‌ ନିକଟରୁ ପ୍ରଧାନମନ୍ତ୍ରୀ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ଅଧଘଣ୍ଟା ଧରି ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।
 
ହେଲିପ୍ୟାଡରୁ ଓହ୍ଲାଇବା ପରେ ମୁଣ୍ଡରେ ହିମାଚଳର ପାରମ୍ପରିକ ଟୋପି ସହିତ ଲମ୍ବା କୁର୍ତ୍ତା ଓ ଅଣ୍ଟାରେ ଗେରୁଆ ଗାମୁଛା ମୋଦି ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାପରେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାରଙ୍କ ସହିତ କେଦାରନାଥ ପ୍ରୋଜେକ୍ଟର ସମୀକ୍ଷା ବୈଠକ କରିଥିଲେ। 

ସେହିପରି ବିଜେପି ସଭାପତି ଅମିତ ଶାହ ନିଜ ରାଜ୍ୟ ଗୁଜରାଟର ସୋମନାଥ ମନ୍ଦିରରେ ସପରିବାର ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀ ପାଇଁ ମଧ୍ୟ ମତଦାନ ହେବ।


from Odisha Reporter http://bit.ly/2Wj4YgJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages