
ଲଣ୍ଡନ୍: ଜୁନ୍ ୫ରେ ବିଶ୍ୱକପ୍ର ଅସଲ ମୁକାବିଲା ପୂର୍ବରୁ ଆଜି ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ଭେଟୁଛି। ଆଜିର ମ୍ୟାଚ୍ରେ ଭାରତର ଅଧିନାୟକ ବିରାଟ୍ କୋହଲି ଟସ୍ ପାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଶେଷ ଖବର ସୁଦ୍ଧ ଭାରତ ୨ ୱିକେଟ୍ ହରାଇ ୧୦ ରନ୍ କରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧୱନ ୨ ରନ୍ ଲେଖାଏ କରି ଆଉଟ୍ ହୋଇଛନ୍ତି। ବିରାଟ୍ କୋହଲି ୫ କରି ଅପରାଜିତ ରହିଛନ୍ତି।
ଅଭ୍ୟାସ୍ ମ୍ୟାଚ୍ରେ କେଦାର ଯାଦବ ଖେଳୁ ନାହାନ୍ତି। ସେହିପରି ଆହତ କାରଣରୁ ବିଜୟ ଶଙ୍କର ତାଲିକାରେ ସ୍ଥାନ ପାଇ ନାହାନ୍ତି। ଭାରତ ଆଜି ୧୩ ଜଣ ଖେଳାଳିଙ୍କୁ ଅଭ୍ୟାସ ମ୍ୟାଚ୍ରେ ସୁଯୋଗ ଦେଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଅଭ୍ୟାସ ମ୍ୟାଚ୍ ତାଲିକାରେ ୧୩ ଜଣଙ୍କୁ ସ୍ଥାନ ଦେଇଛି। ଆହତ କାରଣରୁ ଟମ୍ ଲାଥମ ଓ ମ୍ୟାଟ୍ ହେନେରୀ ଖେଳୁନାହାନ୍ତି।
from Odisha Reporter http://bit.ly/2VRWUio
No comments:
Post a Comment