ବିଶ୍ୱକପ୍‌ରେ ୩ ଜଣ ଅଧିନାୟକଙ୍କ ଉପରେ ରହିବ ନଜର: ଆଲାନ୍‌ ବର୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିଶ୍ୱକପ୍‌ରେ ୩ ଜଣ ଅଧିନାୟକଙ୍କ ଉପରେ ରହିବ ନଜର: ଆଲାନ୍‌ ବର୍ଡର

ମେଲବର୍ଣ୍ଣ: କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ଖେଳାଳି ଆଲାନ୍‌ ବର୍ଡର ଆସନ୍ତା ବିଶ୍ୱକପ୍‌ ପାଇଁ ନିଜ ପସନ୍ଦର ୩ ଜଣ ଅଧିନାୟକ ବାଛିଛନ୍ତି। ସେ କହିଛନ୍ତି, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଓ ଇଂଲଣ୍ଡ ଅଧିନାୟକ ଇଆନ୍‌ ମୋର୍ଗାନ ବିଶ୍ୱକପ୍‌ରେ କେମିତି ଖେଳୁଛନ୍ତି, ତା’ ଉପରେ ସାରା ବିଶ୍ୱର ନଜର ରହିବ।

୧୯୮୭ରେ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ ଜିତିଥିବା ବର୍ଡର କହିଛନ୍ତି, “କୋହଲିଙ୍କ ଆକ୍ରମଣାତ୍ମକ ସ୍ଵଭାଵ ଓ ତାଙ୍କ ଅଧିନାୟକତ୍ୱର ଶୈଳୀ ସଂପୂର୍ଣ୍ଣ ଭିନ୍ନ। ଏହି କାରଣରୁ ସେ ମୋର୍ଗାନ ଓ ଫିଞ୍ଚଙ୍କ ତୁଳନାରେ ଟିକିଏ ଅଲଗା। ଫିଞ୍ଚ ଓ ମୋର୍ଗାନଙ୍କ ଅଧିନାୟକତ୍ୱରେ ସମାନତା ଥିଲେ ହେଁ କୋହଲିଙ୍କ କ୍ୟାପ୍ଟେନଶିପ୍‌ ସଂପୂର୍ଣ୍ଣ ଭିନ୍ନ। ତେଣୁ ଏମାନେ ବିଶ୍ୱକପ୍‌ରେ କେମିତି ପ୍ରଦର୍ଶନ କରୁଛନ୍ତି, ସେକଥା ଦେଖିବା କଥା।”

ଏହି ୩ ଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ପ୍ରଶ୍ନ କରାଯିବାରୁ ବର୍ଡର କୌଣସି ସିଧାସଳଖ ଉତ୍ତର ଦେଇ ନଥିଲେ। ତଥାପି ସେ କହିଥିଲେ, ମୋର୍ଗାନଙ୍କ ଅଧିନାୟକତ୍ୱରେ ହିଁ ଇଂଲଣ୍ଡ ଆଜି ଦିନିକିଆ କ୍ରିକେଟ୍‌ରେ ସଫଳତାର ଶୀର୍ଷରେ ପହଞ୍ଚିଛି।



from Odisha Reporter http://bit.ly/2YPjJFr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages