‘ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

‘ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି’

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିବେ ଓ୍ୱାଇଏସଆର୍ କଂଗ୍ରେସ ସଭାପତି ଜଗନ ରେଡ୍ଡୀ। ଆଜି ଏଥିପାଇଁ ଓ୍ୱାଇଏସଆର୍ କଂଗ୍ରେସର ବିଧାୟକଙ୍କ ଦ୍ୱାରା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି।

ଯିଏ ଅନ୍ୟାୟ ଓ ଅତ୍ୟାଚାର କରିବ ତାକୁ ଭଗବାନ ଶାସ୍ତି ଦେବେ, ଯାହାକି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି ବୋଲି ଆନ୍ଧ୍ର ପ୍ରଦେଶର ଭାବୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ଦଳର ନବ ନିର୍ବାଚିତ ବିଧାୟକଙ୍କୁ ଉଦବୋଧନ ଦେବାକୁ ଯାଇ ଜଗନ ରେଡ୍ଡୀ କହିଛନ୍ତି ୨୦୧୪ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁ ଓ୍ୱାଇଏସଆର୍ କଂଗ୍ରେସର ୨୩ ବିଧାୟକଙ୍କୁ କିଣି ନେଇଥିଲେ। ଏବେ ୨୦୧୯ରେ ତାଙ୍କ ଦଳର ମୋଟ ୨୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେହିଭଳି ଚନ୍ଦ୍ରବାବୁ ନାଇଡୁ ଓ୍ୱାଇଏସଆର୍ କଂଗ୍ରେସର ୩ ବିଧାୟକଙ୍କୁ କିଣି ନେଇଥିଲେ ଏବେ ତାଙ୍କ ଦଳରେ ମୋଟ ୩ ଜଣ ଏମପି ନିର୍ବାଚିତ ହୋଇଛନ୍ତି। ଭଗବାନ ଏକ ସୁନ୍ଦର ଗିଫ୍ଟ ତାଙ୍କ ପାଇଁ ଦେଇଛନ୍ତି ବୋଲି ଏହି ଅବସରରେ ସେ କହିଛନ୍ତି।

ସୂଚନାଥାଉ କି ଆନ୍ଧ୍ରପ୍ରଦେଶରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହୋଇଥିଲା। ରାଜ୍ୟରେ ୨୫ ସାଂସଦ ଆସନରୁ ଓ୍ୱାଇଏସଆର୍ ୨୨ଟି ଏବଂ ଟିଡିପି ୩ଟି ଆସନ ପାଇଛନ୍ତି। ସେହିଭଳି ୧୭୫ ବିଧାନସଭା ଆସନରୁ ୧୫୧ ଜଣ ଓ୍ୱାଇଏସଆର୍ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଟିଡିପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି।



from Odisha Reporter http://bit.ly/30IMntI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages