ଫେରିଲା ବଲ୍‌ ଟ୍ୟାମ୍ପରିଂ ଚର୍ଚ୍ଚା, ପୂର୍ବତନ ଇଂଲଣ୍ଡ ବୋଲର୍ କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଫେରିଲା ବଲ୍‌ ଟ୍ୟାମ୍ପରିଂ ଚର୍ଚ୍ଚା, ପୂର୍ବତନ ଇଂଲଣ୍ଡ ବୋଲର୍ କଲେ ଖୁଲାସା

ଲଣ୍ଡନ୍‌: ବିଶ୍ୱକପ୍‌ ପୂର୍ବରୁ ପୁଣିଥରେ କ୍ରିକେଟ୍‌ରେ ବଲ୍‌ ଟାମ୍ପରିଂ ଝଡ଼ କମ୍‌ବ୍ୟାକ୍‌ କରିଛି। ଇଂଲଣ୍ଡ ଟିମ୍‌ର ପୂର୍ବତନ ବୋଲର ମଣ୍ଟି ପାନେସର କେମିତି ଖେଳିବା ବେଳେ ବଲ୍‌ ଟ୍ୟାମ୍ପରିଂ କରୁଥିଲେ ସେକଥାର ଖୁଲାସା କରିଛନ୍ତି। ସେ ତାଙ୍କ ବହି ‘ଦି ପୁଲ୍‌ ମଣ୍ଟି’ରେ ବଲ୍‌ ଟ୍ୟାମ୍ପରିଂ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆମେ ଖେଳିବା ବେଳେ ବିଭିନ୍ନ ଉପାୟରେ ବଲ୍‌ ଟାମ୍ପରିଂ କରୁଥିଲୁ। ବିଶେଷ କରି ସନ୍‌ ସ୍କ୍ରିନ୍‌ ଲୋସନ୍‌, ମିଣ୍ଟ, ଟ୍ରାକ୍‌ ସୁଟ୍‌ରେ ଲାଗୁଥିବା ଜିପ୍‌ ଓ ଲାଳ ଜରିଆରେ ଅନେକ ଥର ଟାମ୍ପରିଂ କରିଛୁ।”

ଇଂଲଣ୍ଡ ପାଇଁ ୨୦୦୬ରୁ ୨୦୧୩ ପାଇଁ ୫୦ଟି ଟେଷ୍ଟ ଓ ଏକାଧିକ ଦିନିକଆ ଖେଳିଥିବା ପାନେସର ଆହୁରି କହିଛନ୍ତି, “ଦଳ ପକ୍ଷରୁ ଜେମ୍ସ ଆଣ୍ଡରସନ୍‌ଙ୍କୁ ବଲ୍‌ କେମିତି ସୁହାଇବ, ସେଥିପାଇଁ ଦାୟିତ୍ୱ ମୋତେ ଦିଆଯାଇଥିଲା। ଆମେ କେମିତି ଆଇନ୍‌କୁ ଭାଙ୍ଗି ଏହାକୁ ଠିକ୍‌ ଭାବେ ଚଳାଇ ପାରିବୁ, ସେକଥା ଆମ ଉପରେ ନିର୍ଭର କରୁଥିଲା।

ସନ୍‌ ସ୍କ୍ରିନ୍‌ ଲୋସନ ଓ ମିଣ୍ଟକୁ ପାଟିର ଲାଳରେ ମିଶାଇ ବଲ୍‌ ଉପରେ ବ୍ୟବହାର କଲେ, ଏହା ରିଭର୍ସ ସୁଇଂରେ ସହାୟକ ହୋଇଥାଏ। ଏଥିସହ ମୁଁ ବେଳେ ପ୍ୟାଣ୍ଟରେ ଲାଗିଥିବା ଜିପ୍ ବ୍ୟବହାର କରି ମଧ୍ୟ ବଲ୍‌କୁ ରଫ୍‌ କରିଛି। ଦଳର ସମସ୍ତ ଖେଳାଳି ବଲ୍‌ର ସ୍ଥିତି ପରିବର୍ତ୍ତନ କରିବାକୁ ଚାହିଁଥାଉ। କାରଣ ଏହା ରିଭର୍ସ ସୁଇଂ କରାଇବାରେ ସହାୟକ ହୋଇଥାଏ। ଟେଷ୍ଟ ମ୍ୟାଚ୍‌ରେ ରିଭର୍ସ ସୁଇଂ ବେଶ ଫାଇଦା ଦେଇଥାଏ।” ମଣ୍ଟି ପାନେସରଙ୍କ ଏଭଳି ବୟାନ କ୍ରିକେଟ୍‌ ଭଳି ଜେଣ୍ଟଲମ୍ୟାନ୍‌ସ ଗେମ୍‌ରେ ଝଡ଼ ସୃଷ୍ଟି କରିଛି।

ଆଇସିସିର ଧାରା ୪୨.୩ ଅନୁଯାୟୀ, ଖେଳାଳିମାନେ ବଲ୍‌ ପଲିସିଂ କରିପାରିବେ, ହେଲେ କୌଣସି ବାହାର ଜିନିଷ ଏଥିରେ ଲଗାଇପାରିବେ ନାହିଁ। ଯଦି କେହି ଏଭଳି କରେ, ତା’ହେଲେ ଏହାକୁ ବେଆଇନ୍‌ ବୋଲି ବିବେଚନା କରାଯାଏ।

ଗତବର୍ଷ ଅଷ୍ଟ୍ରେଲିଆର କ୍ୟାପ୍ଟେନ୍‌ ଷ୍ଟିଭ୍‌ ସ୍ମିଥ, ତାଙ୍କ ଡେପୁଟି ଡେଭିଡ୍‌ ୱାର୍ଣ୍ଣର ଓ ବ୍ୟାଟସ୍‌ମ୍ୟାନ୍‌ କ୍ୟାମରନ ବ୍ୟାନ୍‌କ୍ରଫ୍ଟ ବଲ୍‌ ଟ୍ୟାମ୍ପରିଂ କରି କ୍ୟାମେରାରେ ଧରା ପଡ଼ିଥିଲେ।



from Odisha Reporter http://bit.ly/2W3hUaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages