ବିରାଟ୍‌ କୋହଲିଙ୍କୁ ଟ୍ରୋଲ୍ କଲେ ଅଭିଷେକ ବଚ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିରାଟ୍‌ କୋହଲିଙ୍କୁ ଟ୍ରୋଲ୍ କଲେ ଅଭିଷେକ ବଚ୍ଚନ

ଲଣ୍ଡନ୍‌: ଇଂଲଣ୍ଡରେ ବିଶ୍ୱକପ୍‌ ଖେଳିବାକୁ ଯାଇଥିବା ବିରାଟ୍‌ କୋହଲିଙ୍କୁ ସୋଶାଲ୍‌ ମିଡିଆରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସାଂଘାତିକ ଭାବେ ଟ୍ରୋଲ କରିଛନ୍ତି। କୋହଲି ଲର୍ଡସ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ଫୁଟବଲ ଟିମ୍‌ର ଅଧିନାୟକ ତଥା ଟୋଟ୍ଟେନହ୍ୟାମ ଦଳର ଷ୍ଟାର୍ ଖେଳାଳି ହ୍ୟାରି କେନ୍‌ଙ୍କ ସହ ଏକ ସେଲଫି ନେଇଥିଲେ।

ଏହି ଫଟୋକୁ ପ୍ରଥମେ କେନ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରି ବିରାଟ୍‌ଙ୍କୁ ପ୍ରଶଂସା କରିଥିଲେ। ବିରାଟ୍‌ ମଧ୍ୟ କେନ୍‌ଙ୍କ ଫଟୋକୁ ଶେୟାର କରି ପ୍ରଶଂସା କରିଥିଲେ। କେନ୍‌ ଟୋଟ୍ଟେନହାମର ଷ୍ଟାର ଖେଳାଳି ହୋଇଥିବା ବେଳେ ତାଙ୍କର ଫାଇନାଲ୍‌ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଚେଲସି ଟିମ ସହ ରହିଛି। ଅଭିଷେକ ବଚ୍ଚନ ହେଉଛନ୍ତି ଚେଲସି ଫ୍ୟାନ୍‌। ତେଣୁ ବିରାଟ୍‌ ଟୋଟ୍ଟେନହାମର କେନ୍‌ଙ୍କୁ ପ୍ରଶଂସା କରିଥିବାରୁ ଅଭିଷେକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

ବିରାଟ୍‌ ପୂର୍ବରୁ ଚେଲସି ଦଳର ଫ୍ୟାନ୍‌ ଥିବାରୁ ଅଭିଷେକ ଏହାର ଏକ ଫଟୋକୁ ଶେୟାର କରିଛନ୍ତି। ଚେଲସି ପାଇଁ ବିରାଟ୍‌ ବ୍ଲ୍ୟୁ ରଙ୍ଗର ଜର୍ସି ଦେଖାଉଥିବାର ଫଟୋ ଏଥିରେ ରହିଛି। ଅଭିଷେକ ଏହି ଟ୍ୱିଟ୍‌ରେ ବିରାଟ୍‌ଙ୍କୁ ତାଚ୍ଛଲ୍ୟ କରି ତାଙ୍କର ଏକ କାନ୍ଦିବା ଚିତ୍ର ମଧ୍ୟ ଦେଇଛନ୍ତି। ୨୦୧୪ରେ ବିରାଟ୍‌ ସେ ଚେଲସିକୁ ସମର୍ଥନ କରୁଥିବା କହିଥିଲେ।



from Odisha Reporter http://bit.ly/2HTSzXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages