
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବାଇକ୍ରେ ଯାଉଥିବା ବେଳେ ଟ୍ରକ୍ଟି ସେମାନଙ୍କୁ ଧକ୍କା ଦେଇଥିଲା। ୨ ମୃତକ ଛାତ୍ର ବୋଲି ଜଣାପଡ଼ିଛି। ଗୁରୁତର ଭାବେ ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏ ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter http://bit.ly/2HVx7kv
No comments:
Post a Comment