ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଆହତ ହେଲେ ଏହି ଷ୍ଟାର ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଆହତ ହେଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ୍‌: ବିଶ୍ୱକପ୍‌ ପାଇଁ ଆରମ୍ଭ ହେଉଥିବା ଅଭ୍ୟାସ୍‌ ମ୍ୟାଚ୍‌ ପୂର୍ବରୁ ଭାରତ ପାଇଁ ଏକ ଅଶୁଭ ଖବର ଆସିଛି। ଦଳର ଷ୍ଟାର ଅଲରାଉଣ୍ଡର ବିଜୟ ଶଙ୍କର ଗତକାଲି ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଗୁରୁତର ଆହତ ହୋଇଛନ୍ତି। ତେଣୁ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍‌ରେ ବିଜୟ ଶଙ୍କର ଖେଳିବାକୁ ଅନ୍‌ଫିଟ୍‌ ଘୋଷିତ ହୋଇଛନ୍ତି।

ଗତକାଲି ଟିମ୍‌ ଇଣ୍ଡିଆର ସଦସ୍ୟମାନେ ନେଟ୍ସରେ ଅଭ୍ୟାସ୍‌ କରୁଥିଲେ। ଏହି ସମୟରେ ଦଳ ସହ ଥିବା ଖଲୀଲ ଅହମ୍ମଦଙ୍କ ଏକ ବଲ୍‌କୁ ବିଜୟ ଶଙ୍କର ପୁଲ୍‌ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବଲ୍‌ଟି ସିଧା ତାଙ୍କ ଡାହାଣ କାନ୍ଧରେ ବାଜିଥିଲା। ଏହି ଘଟଣା ପରେ ବିଜୟ ଶଙ୍କର ତୁରନ୍ତ ପଡ଼ିଆ ବାହାରକୁ ଚାଲି ଯାଇଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ସେ କେତେଦୂର ସୁସ୍ଥ ଅଛନ୍ତି, ତାହା ଜଣାପଡ଼ିନାହିଁ।

ଭାରତୀୟ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ବିଜୟ ଶଙ୍କରଙ୍କୁ ଅମ୍ବାତି ରାୟୁଡୁଙ୍କ ବଦଳରେ ସ୍ଥାନ ଦିଆଯାଇଛି। ୪ ନଂ ସ୍ଥାନରେ ସେ ବ୍ୟାଟିଂ କରିବେ ବୋଲି କୁହାଯାଉଛି। ଏପରି ସ୍ଥଳରେ ବିଶ୍ୱକପ୍‌ ପୂର୍ବରୁ ସେ ଆହତ ହେବା ଘଟଣା ଦଳର ଚିନ୍ତା ବଢ଼ାଇ ଦେଇଛି।



from Odisha Reporter http://bit.ly/2HCwBcn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages