ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ବିପର୍ଯ୍ୟୟ: ଆଫ୍‌ଗାନଠାରୁ ହାରିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ବିପର୍ଯ୍ୟୟ: ଆଫ୍‌ଗାନଠାରୁ ହାରିଲା ପାକିସ୍ତାନ

ଲଣ୍ଡନ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ଏବେ ସବୁ ଦଳ ଅଭ୍ୟାସ୍‌ ମ୍ୟାଚ୍‌ ଖେଳିବା ଆରମ୍ଭ କରିଛନ୍ତି। ତେବେ ଏହି ଅଭ୍ୟାସ୍‌ ମ୍ୟାଚ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ଆଫିଗାନିସ୍ତାନ ଶକ୍ତିଶାଳୀ ପାକିସ୍ତାନକୁ ୩ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୭.୫ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ୨୬୨ ରନ୍‌ କରିଥିଲା। ଏହାର ଜବାବରେ ଆଫିଗାନିସ୍ତାନ ୨ଟି ବଲ୍‌ ପୂର୍ବରୁ ୭ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଆଫିଗାନିସ୍ତାନ ପକ୍ଷରୁ ହଶମତୁଲ୍ଲା ଶାହିଦି ଅପରାଜିତ ୭୪ ରନ୍‌ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବାବର ଆଜମଙ୍କ ୧୧୨ ରନ୍‌ ଓ ଅଭିଜ୍ଞ ସୋଏବ ମାଲିକଙ୍କ ୪୪ ରନ୍‌ ବଳରେ ୨୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ବ୍ୟାଟସମ୍ୟାନ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ପାକ୍‌ ପକ୍ଷରୁ ଇମାମ ଉଲ ହକ୍‌ ୩୨, ଫଖର ଜମାନ ୧୯, ହ୍ୟାରିସ ସୋହାଲି ୧, ମହମ୍ମଦ ହାଫିଜ ୧୧, ଅଧିନାୟକ ସର୍ଫରାଜ ଅହମ୍ମଦ ୧୩ ଓ ଇମାସ ୱାସିମ ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଆଫ୍‌ଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ୩ଟି ୱିକେଟ୍‌ ନେଇଥିବା ବେଳେ ରଶିଦ ଖାନ୍‌ ଓ ଦୌଲତ ଜରଦାନ ୨ଟି ଲେଖାଏ ୱିକେଟ୍‌ ପାଇଥିଲେ।

୨୬୩ ରନ୍‌ର ଟାର୍ଗେଟ ପାଇଥିବା ଆଫ୍‌ଗାନିସ୍ତାନର ବିସ୍ଫୋରକ ଓପନର ମହମ୍ମଦ ଶେହେଜାଦ(୨୩)ଙ୍କୁ ରିଟାୟାର୍ଡ ହର୍ଟ ଭାବେ ପ୍ରଥମେ ହରାଇଥିଲା। ତେବେ ହାଜାରତୁଲ୍ଲା ଜାଜାଇ (୪୯) ଓ ରହମତ ଶାହା(୩୨) ସ୍ଥିତି ସମ୍ଭାଳିଥିଲେ। ଏହାପରେ ହଶମତୁଲ୍ଲା ଶାହିଦି(୭୪*) ଓ ମହମ୍ମଦ ନବି(୩୪) ଆଫ୍‌ଗାନିସ୍ତାନର ବିଜୟକୁ ସୁନିଶ୍ଚିତ କରିଥିଲେ। ଆଫ୍‌ଗାନିସ୍ତାନ ୭ ୱିକେଟ୍‌ ହରାଇ ପାକ୍‌ ଦେଇଥିବା ଟାର୍ଗେଟକୁ ହାସଲ କରିନେଇଥିଲା। ପାକିସ୍ତାନ ପକ୍ଷରୁ ୱାହବ ରିଆଜ ୩ଟି ୱିକେଟ୍‌ ନେଇଥିବା ବେଳେ ଇମାନ ୱାସିମ ୨ଟି ଓ ମହମ୍ମଦ ହସନାଇନି ଗୋଟିଏ ୱିକେଟ୍‌ ପାଇଥିଲେ।



from Odisha Reporter http://bit.ly/2YOsbVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages