
ପୋର୍ଟ ମୋରେସ୍ବି: ପପୁଆ ନ୍ୟୁ ଗିନିଠାରେ ଏକ ଶକ୍ତିଶାଳୀ ଭୂକମ୍ପ ହେବା ପରେ ସେଠାରେ ଏବଂ ନିକଟବର୍ତ୍ତୀ ସୋଲୋମନ୍ ଦ୍ୱୀପରେ ସୁନାମିର ଆଶଙ୍କା ସୃଷ୍ଟି କରିଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣରୁ ଜଣାଯାଇଛି ଏହାର ତୀବ୍ରତା ୭.୫ ଥିଲା।
ଭୂକମ୍ପ ପପୁଆ ନ୍ୟୁ ଗିନିଠାରୁ ୪୫ କିଲୋମିଟର ଦୂର କୋକୋପୋଠାରେ ସଂଘଟିତ ହୋଇଛି। ଏହା ଅନେକ କ୍ଷୟକ୍ଷତି କରିବାର ଆଶଙ୍କା ରହିଛି, କିନ୍ତୁ ଏ ଦେଶରେ ଲୋକେ ବ୍ୟାପକ ବ୍ୟବଧାନରେ ଘର କରିଥିବାରୁ ମୃତାହତଙ୍କ ସଂଖ୍ୟା କମ୍ ରହିବ ବୋଲି କୁହାଯାଇଛି। ପପୁଆ ନ୍ୟୁ ଗିନି ପ୍ରଶାନ୍ତ ମହାସାଗରର ‘ରିଙ୍ଗସ୍ ଅଫ୍ ଫାୟାର’ ଅଞ୍ଚଳରେ ଥିବାରୁ ଏଠାରେ ଭୂମିକମ୍ପ ଏବଂ ଆଗ୍ନେୟ ଉଦ୍ଗିରଣର ଭୟ ସବୁବେଳେ ଲାଗିରହିଥାଏ।
from Odisha Reporter http://bit.ly/2VC95Vp
No comments:
Post a Comment