ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଭୟଙ୍କର ଖଣ୍ଡଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଭୟଙ୍କର ଖଣ୍ଡଯୁଦ୍ଧ

କୋଲକାତା: ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଆଜି ବିଜେପି ସଭାପତି ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ଓ ବିଜେପି କର୍ମୀ ଆଜି ଶାହଙ୍କ ରୋଡ୍‌ ଶୋ’ ବେଳେ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଟିଏମସି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

ଶ୍ରୀ ଶାହଙ୍କ ରୋଡ୍‌ ଶୋ’ କ୍ୟାଲକାଟା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅତିକ୍ରମ କରୁଥିବା ବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବିଧାନ ସରଣୀଠାରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଶାହଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା। ଏହାପରେ ବିଜେପି କର୍ମୀମାନେ ଉକ୍ତ ହଷ୍ଟେଲକୁ ଘେରାଉ କରିବା ସହ ପାଲଟା ଆକ୍ରମଣ କରିଥିଲେ। ଏପରି କି ସେମାନେ ପୋଡ଼ାଜଳା ମଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଉଭୟ ପକ୍ଷର ଏକାଧିକ ସମର୍ଥକ ଆହତ ହୋଇଥିବାର ଖବର ରହିଛି। ଶ୍ରୀ ଶାହ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଧମକ ଦେଇଛନ୍ତି।

ହିଂସାକାଣ୍ଡ ମଧ୍ୟରେ ବିଦ୍ୟାସାଗର କଲେଜ ମଧ୍ୟରେ ଥିବା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଛି।



from Odisha Reporter http://bit.ly/2Hltm7I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages