କେନ୍ଦ୍ରରେ ପୁଣିଥରେ ମୋଦି ରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

କେନ୍ଦ୍ରରେ ପୁଣିଥରେ ମୋଦି ରାଜ

ନୂଆଦିଲ୍ଲୀ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। “୨୦୧୪ ମେ’ ୨୬ରେ ରାଷ୍ଟ୍ରପତି ଭବନରେ ମୋଦି ୫ ବର୍ଷ ତଳେ ଏଭଳି ଢଙ୍ଗରେ ଶପଥ ନେଇଥିଲେ। ପୁଣି ୫ ବର୍ଷ ପରେ ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦ୍ଵିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି।

ମୋଦିଙ୍କ ସହ ୨୪ ଜଣ କ୍ୟାବିନେଟ୍‌, ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ମଧ୍ୟ ଶପଥ ନେଇଛନ୍ତି। ଏହି ଶପଥ ପାଠ ପରେ ଆରମ୍ଭ ହୋଇଛି ମୋଦି-୨ ସରକାର।

ମୋଦିଙ୍କ ୫୭ ଜଣିଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କେବଳ ଦୁଇ ଜଣ ସ୍ଥାନ ପାଇଛନ୍ତି। ମୋଦ-୧ ସରକାରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି। ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ତେବେ ମୋଦି-୧ ସରକାରରେ ମନ୍ତ୍ରୀ ହୋଇଥିବା ଓଡ଼ିଶାର ଜୁଏଲ ଓରାମଙ୍କୁ ଏଥର ମୋଦିଙ୍କ ଟିମ୍‌ରୁ ବାଦ୍‌ ଦିଆଯାଇଛି।

ସେହିପରି ନିର୍ମଳା ସୀତାରମଣ, ସ୍ମୃତି ଇରନୀ, ଡ. ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ ପୁଣି ମୋଦି-୨ ସରକାରରେ ସାମିଲ ହୋଇଛନ୍ତି। କିନ୍ତୁ ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ରାଧା ମୋହନ ସିଂହ, ରାଜ୍ୟବର୍ଦ୍ଧନ ରାଠୋର, ସୁରେଶ ପ୍ରଭୁଙ୍କ ଭଳି ନେତା ମୋଦି-୨ ସରକାରରେ ସ୍ଥାନ ପାଇ ନାହାନ୍ତି।

ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦେଶ ସ୍ୱାଧୀନତା ହାସଲ କରିବା ପରେ ହିଁ ଜନ୍ମ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦି ଦେଶ ବିଦେଶରୁ ଆସିଥିବା ୮ ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ତାଙ୍କୁ ଶପଥ ପାଠ କରାଇ ତାଙ୍କୁ ୫ ବର୍ଷ ପାଇଁ ଦେଶର ଶାସନ ଡୋରି ହସ୍ତାନ୍ତର କରିଛନ୍ତି। ଶପଥ ନେବା ପୂର୍ବରୁ ମୋଦି ଟ୍ୱିଟ୍‌ କରି ଦେଶ ସେବା କରିବାର ସୁଯୋଗ ପୁଣି ଥରେ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଥିଲେ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ୍‌ ୭ଟାରେ ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପହଞ୍ଚିଥିଲେ। ଧଳା କୁର୍ତ୍ତା ଓ ପାଇଜାମା ସହ ପାଉଁଶିଆ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ମୋଦି ଷ୍ଟେଜ୍‌ ଉପରକୁ ଉଠିବା କ୍ଷଣି କରତାଳିରେ ସମଗ୍ର ପରିବେଶ ଫାଟି ପଡ଼ିଥିଲା।

ମୋଦି ୨୦୧୪ ଭଳି ଏଥର ମଧ୍ୟ ରାଷ୍ଟ୍ରୀୟ ଭାଷା ହିନ୍ଦୀରେ ଶପଥ ନେଇଥିଲେ। ମୋଦିଙ୍କ ପରେ ରାଜନାଥ ସିଂହ, ଅମିତ ଶାହ, ନୀତୀନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେଇଥିଲେ। କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ପୂର୍ବତନ ବୈଦେଶିକ ସଚିବ ଓ ରାଷ୍ଟ୍ରଦୂତ ଏସ୍‌ ଜୟଶଙ୍କରଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ହେବେ ବୋଲି ପୂର୍ବରୁ କେହି ଜାଣି ନଥିଲେ। କିନ୍ତୁ ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ତାଙ୍କୁ କ୍ୟାବିନେଟରେ ସାମିଲ କରିଥିଲେ।

କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ଶେଷରେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ।

ମୋଦିଙ୍କ ଶପଥ ଉତ୍ସବରେ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ବିମଷ୍ଟେକ୍‌ ରାଷ୍ଟ୍ରର ସଦସ୍ୟମାନେ ରହିଥିଲେ। ସେହିପରି ବିଶିଷ୍ଟ ଶିଳ୍ପପତି, କ୍ରୀଡ଼ାବିତ୍‌ ଓ ବଲିଉଡ୍‌ ଜଗତର ହସ୍ତୀମାନେ ଯୋଗଦେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ମଧ୍ୟରେ ମୁକେଶ ଅମ୍ବାନି, ରତନ ଟାଟା, କରନ ଜୋହର, କଙ୍ଗନା ରାନାୱତ ପ୍ରମୁଖ ରହିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେଇଥିଲେ।

ଦେଶରେ ସଦ୍ୟ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୦୩ଟି ଆସନରେ ଜିତିଥିବା ବେଳେ ଏନ୍‌ଡିଏ ୩୫୧ଟି ଆସନ ଦଖଲ କରିଛି।



from Odisha Reporter http://bit.ly/2MfKlxW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages