ମୋଦିଙ୍କ କ୍ୟାବିନେଟ୍‌ରେ ମାତ୍ର ୩ ଜଣ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୋଦିଙ୍କ କ୍ୟାବିନେଟ୍‌ରେ ମାତ୍ର ୩ ଜଣ ମହିଳା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ପାହ୍ୟା ପାଇଛନ୍ତି। ତେବେ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୩ ଜଣ ମହିଳା ରହିଛନ୍ତି। ୨୦୧୪ରେ ମୋଦିଙ୍କ କ୍ୟାବିନେଟ୍‌ରେ ୭ ଜଣ ମହିଳା ରହିଥିଲେ। ତେବେ ଏଥର ଏହା ହ୍ରାସ ପାଇଛି।

ମୋଦି-୨ ସରକାରରେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍ସିମିତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ବାଦଲ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ।

ମୋଦି-୧ ସରକାରରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସ୍ମୃତି ଇରାନୀ ଟେକ୍ସଟାଇଲ୍‌, ଉମା ଭାରତୀ ଜଳ ସମ୍ପଦ, ସୁଷମା ସ୍ୱରାଜ ବୈଦେଶିକ, ମାନେକା ଗାନ୍ଧି ମହିଳା ଓ ଶିଶୁ କଲ୍ୟାଣ ଓ ହର୍ସିମିତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରହିଥିଲେ। ସେହିପରି ନଜମା ହେପତୁଲ୍ଲା ପ୍ରଥମେ ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ ହେଁ ପରେ ତାଙ୍କୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ବାଦ୍‌ ଦିଆଯାଇଥିଲା। ପରେ ସେ ମଣିପୁର ରାଜ୍ୟପାଳ ହୋଇଥିଲେ।



from Odisha Reporter http://bit.ly/2HN0EhG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages