ଓଡ଼ିଶାକୁ ସହାୟତାର ହାତ ବଢ଼ାଇଲା ହକି ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଓଡ଼ିଶାକୁ ସହାୟତାର ହାତ ବଢ଼ାଇଲା ହକି ଇଣ୍ଡିଆ

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ “ଫୋନି”ରେ ପ୍ରଭାବିତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକି ଇଣ୍ଡିଆ। ଆଗାମୀ ଜୁନ୍ ୬ ତାରିଖରୁ ଭୁବନେଶ୍ୱରରେ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ମ୍ୟାଚର ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଓଡ଼ିଶା ସରକାରଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି।

ଏ ନେଇ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, ” ‘ଫୋନି’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦେଖି ଆମେ ବହୁତ ଦୁଃଖିତ। କିନ୍ତୁ ହକି ଖେଳ ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ସମର୍ଥନ ଆମକୁ ବହୁତ ଉତ୍ସାହିତ କରିଛି। ଏହି କାରଣରୁ ମ୍ୟାଚ୍ ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଆମେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛୁ। ଏହାଛଡ଼ା ଓଡ଼ିଶାର ପୁନଃନିର୍ମାଣରେ ଆମେ ଯଥାସମ୍ଭବ ସହଯୋଗ କରିବାକୁ ଚାହୁଁଛୁ।”

ସୂଚନାଯୋଗ୍ୟ, ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ୧୫୦ଜଣ ଭଲ୍ୟୁଣ୍ଟରଙ୍କ ସହାୟତା ନିଆଯାଇଛି। ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ପୋଲାଣ୍ଡ, ରୁଷ୍, ଉଜବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନ, ଆମେରିକା ଓ ମେକ୍ସିକୋ ଟିମ୍ ଭାଗ ନେଉଛନ୍ତି।



from Odisha Reporter http://bit.ly/2VXj7M5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages