ଆରସିବିର ପ୍ରଦର୍ଶନକୁ ନେଇ ମାଲ୍ୟା ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଆରସିବିର ପ୍ରଦର୍ଶନକୁ ନେଇ ମାଲ୍ୟା ଖପ୍ପା

ଲଣ୍ଡନ୍‌: ଆଇପିଏଲ୍‌ର ୧୨ତମ ସଂସ୍କରଣରେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ତେବେ ଆରସିବିର ଏଭଳି ପ୍ରଦର୍ଶନକୁ ନେଇ ଦଳର ପୂର୍ବତନ ମାଲିକ ତଥା ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଆରସିବି ଲାଇନ୍‌ ଅପ୍‌ ସବୁଠାରୁ ବଡ଼। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା କେବଳ କାଗଜକଲମରେ ସୀମିତ। ଏହା ନିଶ୍ଚିତ ପକ୍ଷେ ଭୟଙ୍କର ଏବଂ ଲଜ୍ଜାଜନକ।”

ଆରସିବି ଲାଇନ୍‌ ଅପ୍‌ରେ ବିରାଟ୍‌ କୋହଲି, ଏବି ଡିଭିଲିୟର୍ସ, ମାର୍କସ୍‌ ଷ୍ଟୋଇନିସ୍‌, ଶିମରନ୍‌ ହେଟମେୟର ଓ ଟିମ୍‌ ସାଉଦିଙ୍କ ଭଳି ଖେଳାଳି ରହିଥିଲେ। ହେଲେ ଦଳ କ୍ଷମତା ଅନୁସାରେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହିଁ।



from Odisha Reporter http://bit.ly/2VmoTeU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages