କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେସିଆର, ଆଗାମୀ ସରକାର ପାଇଁ ୧୯୯୬ ଫର୍ମୁଲା ଉପରେ ଦେଲେ ଗୁରୁତ୍ୱ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେସିଆର, ଆଗାମୀ ସରକାର ପାଇଁ ୧୯୯୬ ଫର୍ମୁଲା ଉପରେ ଦେଲେ ଗୁରୁତ୍ୱ!

ନୂଆଦିଲ୍ଲୀ: ୧୭ ତମ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣାକୁ ଆଉ ୧୬ ଦିନ ବାକି ରହିଛି। ଏହାରି ଭିତରେ ନିର୍ବାଚନ ଫଳାଫଳକୁ ନେଇ ଆରମ୍ଭ ହୋଇଛି ମିଶାଣ ଫେଡ଼ାଣ। ଦକ୍ଷିଣ ଭାରତରେ ଥିବା ରାଜ୍ୟ ମଧ୍ୟରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ସୁପ୍ରିମୋ ଆଗାମୀ ସରକାର ୧୯୯୬ ମସିହା ଫର୍ମୁଲାରେ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଦକ୍ଷିଣ ଭାରତରୁ ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ କରିବା ଉପରେ ଗୁରୁତ୍ୱ ଦେଇଥିବା ସୂଚନା ରହିଛି।

ନିର୍ବାଚନ ଫଳାଫଳରେ ଅଣ ବିଜେପି ଓ ଅଣ କଂଗ୍ରେସ ଦଳକୁ ବହୁମତ ମିଳିବ ବୋଲି ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ରାଓ। ଏହି ଭେଟଘାଟ ବେଳେ ଦେଶର ଜାତୀୟ ରାଜନୀତିକ ଦୃଶ୍ୟ ଉପରେ ଆଲୋଚନା ହୋଇଛି। ହେଲେ ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇନଥିବା କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବିଜୟନଙ୍କ ସହିତ ୧୯୯୬ର ମେଣ୍ଟ ସରକାର ଫର୍ମୁଲା ବାବଦରେ କେସିଆର ଆଲୋଚନା କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ୧୯୯୬ରେ ଯେଉଁ ଦଳ ଯେଉଁ କ୍ଷେତ୍ରରୁ ଅଧିକ ଆସନ ପାଇବ ସେହି କ୍ଷେତ୍ରର ନେତାଙ୍କୁ ସମ୍ଭାବ୍ୟ ମେଣ୍ଟରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ତେବେ ୧୯୯୦ ଓ ୧୯୯୬ରେ କ୍ଷେତ୍ରୀୟ ଦଳଙ୍କୁ ନେଇ ଯେଉଁ ମେଣ୍ଟ ସରକାର ଗଠନ ହୋଇଥିଲା ତାହା ସଫଳ ଭାବରେ ଚାଲି ପାରିନଥିଲା।

ପଶ୍ଚିମବଙ୍ଗ, ତ୍ରିପୁରା ଭଳି ରାଜ୍ୟରେ ସିପିଆଇଏମର ସ୍ଥିତି ଦୋହଲି ଯାଇଥିବାରୁ କେରଳରେ ସିପିଆଇଏମ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖି କେସିଆର କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି ସୂଚନା ରହିଛି।

ତେବେ ଆଗାମୀ ଦିନରେ ତାମିଲନାଡ଼ୁର ବିରୋଧୀ ଦଳ ଡିଏମକେ ମୁଖ୍ୟ ଷ୍ଟାଲିନଙ୍କୁ ଭେଟିବେ ବୋଲି ସୂଚନା ରହିଛି। ହେଲେ ମେ ୧୯ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ଏଯାଏ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ସ୍ଥିର ହୋଇପାରିନଥିବା ଜଣାପଡ଼ିଛି।

ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତୃତୀୟ ସାମ୍ମୁଖ୍ୟକୁ ନେଇ ଗତବର୍ଷ ବିଜୁ ଜନତା ଦଳ, ତୃଣମୁଳ କଂଗ୍ରେସ, ଡିଏମକେ, ଜେଡିଏସ, ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳର ମୁଖିଆଙ୍କ ସହ ଆଲୋଚନା କରିଥିଲେ।



from Odisha Reporter http://bit.ly/2VNzleF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages