ରାଜନୀତି ମଇଦାନରେ କ୍ରୀଡ଼ାବିତ୍: କିଏ ସଫଳ, କିଏ ବିଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ରାଜନୀତି ମଇଦାନରେ କ୍ରୀଡ଼ାବିତ୍: କିଏ ସଫଳ, କିଏ ବିଫଳ

ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି। ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ହାୱା ଦେଖିବାକୁ ମିଳିଛି। ଦେଶ ପାଇଁ ସଫଳତା ଆଣିଥିବା କିଛି କ୍ରୀଡ଼ାବିତ୍ ନିଜ ନିଜର ଭାଗ୍ୟ ପରଖିବା ପାଇଁ ରାଜନୀତିର ଏହି ପଶାପାଲିରେ ପାଦ ଦେଇଥିଲେ। କିଛି କ୍ରୀଡ଼ାବିତ୍ ପ୍ରଥମଥର ନିର୍ବାଚନ ଲଢ଼ୁଥିବା ବେଳେ କିଛି ନିଜ ନିଜର ଗାଦି ବଞ୍ଚାଇବା ପାଇଁ ମଇଦାନକୁ ଓହ୍ଲାଇଥିଲେ।

ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ଗୌତମ ଗମ୍ଭୀରଠାରୁ ଆରମ୍ଭ କରି ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ବିଜେନ୍ଦର ସିଂହ ପ୍ରଥମଥର ନିର୍ବାଚନୀ ଦଙ୍ଗଲକୁ ଓହ୍ଲାଇଥିଲେ। ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜିତିଥିବା ରାଜ୍ୟବର୍ଦ୍ଧନ ସିଂହ ରାଠୋର ଦ୍ୱିତୀୟଥର ନିର୍ବାଚନ ଲଢ଼ିଛନ୍ତି। ତେଣୁ ୨୦୧୯ ଲୋକସଭା ନିର୍ବାଚନରେ କିଛି କ୍ରୀଡ଼ାବିତ୍ ନିଜ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ତେବେ ଆସନ୍ତୁ ଜାଣିବା, ଏଥିରେ କିଏ ସଫଳ ଏବଂ କିଏ ବିଫଳ ହୋଇଛନ୍ତି।

ଗୌତମ ଗମ୍ଭୀର: ପୂର୍ବ ଦିଲ୍ଲୀରୁ ଲଢ଼ୁଥିବା ଭାରତର ପୂର୍ବତନ ଓପ୍ନର ଗୌତମ ଗମ୍ଭୀର ରାଜନୀତିରେ ଦମଦାର ଡେବ୍ୟୁ କରିଛନ୍ତି। ଗମ୍ଭୀର ନିଜ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ଆତିଶିଙ୍କୁ ଏକତରଫା ଭାବେ ହରାଇଛନ୍ତି। ଗମ୍ଭୀର ପ୍ରାୟ ତିନିଲକ୍ଷ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଗମ୍ଭୀରଙ୍କୁ ୫୫.୩୫% ଭୋଟ୍ ମିଳିଛି।

ବିଜେନ୍ଦର ସିଂହ: ବକ୍ସିଂ ରିଙ୍ଗରେ ଅନେକ ଧୂରନ୍ଦରଙ୍କୁ ନିଜ ଶକ୍ତ ପଞ୍ଚରେ ଧୂଳି ଚଟାଇଥିବା ବିଜେନ୍ଦରଙ୍କ ରାଜନୀତିକ କ୍ୟାରିୟର ନୈରାଶ୍ୟଜନକ ରହିଛି। ବିଜେନ୍ଦର କଂଗ୍ରେସ ପକ୍ଷରୁ ଦକ୍ଷିଣ ଦିଲ୍ଲୀରେ ଲଢ଼ିଥିଲେ, କିନ୍ତୁ ଏଥିରେ ସେ ସଫଳ ହେଲେ ନାହିଁ। ସେ ଏହି ରେସରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ବିଜେପିର ରମେଶ ବିଧୁରୀ ଓ ଆପ୍ ପ୍ରାର୍ଥୀ ରାଘବ ଚଡ୍ଡାଙ୍କ ସାମ୍ନାରେ ବିଜେନ୍ଦର ଫିକା ପଡ଼ିଛନ୍ତି।

କୀର୍ତ୍ତି ଆଜାଦ: ୧୯୮୩ ବିଶ୍ୱକପ୍ ଚାମ୍ପିଅନ୍ ଭାରତୀୟ ଟିମର ସଦସ୍ୟ କୀର୍ତ୍ତି ଆଜାଦଙ୍କ ପାଇଁ ମଧ୍ୟ ଚଳିତ ନିର୍ବାଚନ ଭଲ ରହିନାହିଁ। ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କୀର୍ତ୍ତି ଏଥର ଦରଭଙ୍ଗା ବଦଳରେ ଧାନବାଦରୁ ଲଢ଼ିଥିଲେ। ଏହି ଲଢ଼େଇରେ ସେ ବିଜେପିର ପଶୁପତି ନାଥ ସିଂହ ନିକଟରୁ ପ୍ରାୟ ୪ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ହାରିଛନ୍ତି।

ରାଜ୍ୟବର୍ଦ୍ଧନ ସିଂହ ରାଠୋର: ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ପଦକ ବିଜେତା ଶୁଟର୍ ରାଜ୍ୟବର୍ଦ୍ଧନ ସିଂହ ଚଳିତ ଲୋକସଭା ନିର୍ବାଚନରେ ସଠିକ୍ ଟାର୍ଗେଟ୍ ଲଗାଇଛନ୍ତି। ବିଜେପି ପ୍ରାର୍ଥୀ ରାଠୋର ଜୟପୁରର ଗ୍ରାମୀଣ ସିଟରେ ନିର୍ବାଚନ ଲଢ଼ିଥିଲେ ଏବଂ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୧୪ ନିର୍ବାଚନ ପରେ ରାଠୋର ନିଜ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ରାଠୋର କଂଗ୍ରେସର କ୍ରିଷ୍ଣା ପୁନିଆଙ୍କୁ ପ୍ରାୟ ୪ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି।

କ୍ରିଷ୍ଣା ପୁନିଆ: କଂଗ୍ରେସର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଆଥଲେଟ୍ କ୍ରିଷ୍ଣା ପୁନିଆ ରାଜନୀତିରେ ବିଫଳ ହୋଇଛନ୍ତି। ଡିସକସ୍ ଥ୍ରୋୟର ପୁନିଆଙ୍କୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଛିଡ଼ା ହେବା ମହଙ୍ଗା ପଡ଼ିଛି। ସେ ମାତ୍ର ୩୩.୮% ଭୋଟ୍ ପାଇବାକୁ ସକ୍ଷମ ହୋଇଛନ୍ତି।

କଲ୍ୟାଣ ଚୌବେ: ଫୁଟବଲର କଲ୍ୟାଣ ଚୌବେଙ୍କ କିକ୍ ମଧ୍ୟ ରାଜନୀତିରେ କାମ ଦେଲା ନାହିଁ। ସେ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ସିଟରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ। କିନ୍ତୁ କଲ୍ୟାଣ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେ ଟିଏମସିର ମହୁଆ ମୋଇତ୍ରାଙ୍କ ନିକଟରୁ ପ୍ରାୟ ୭ଲକ୍ଷ ଭୋଟରେ ହାରିଛନ୍ତି।

ପ୍ରସୁନ୍ ବାନାର୍ଜୀ: ଫୁଟବଲର ପ୍ରସୁନ୍ ବାନାର୍ଜୀଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ପଶ୍ଚିମବଙ୍ଗର ହାଓଡା ସିଟରେ ଟିଏମସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରସୁନ୍ ବିଜେପି ପ୍ରାର୍ଥୀ ରାନ୍ଦିଦେବ ସେନଗୁପ୍ତାଙ୍କୁ ପ୍ରାୟ ୧ଲକ୍ଷ ଭୋଟରେ ହରାଇଛନ୍ତି।



from Odisha Reporter http://bit.ly/2YM1YGV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages