ପଣ୍ଡିତ୍‌ ନେହରୁଙ୍କ ରେକର୍ଡର ସମକକ୍ଷ ହେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପଣ୍ଡିତ୍‌ ନେହରୁଙ୍କ ରେକର୍ଡର ସମକକ୍ଷ ହେଲେ ମୋଦି

ନୂଆଦିଲ୍ଲୀ : ଜବାହାରଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧି ଆଉ ଏବେ ନରେନ୍ଦ୍ର ମୋଦି। ମୋଦି ହେଉଛନ୍ତି ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଯେ, ପୂର୍ଣ୍ଣ ବହୁମତରେ ୨ୟ ଥର ଦେଶର ପଦଭାର ସମ୍ଭାଳିବେ। ତାଙ୍କ ପୂର୍ବରୁ ପଣ୍ଡିତ ଜବାହାର ଲାଲ୍‌ ନେହରୁ ଓ ଇନ୍ଦିରା ଗାନ୍ଧି ବହୁମତ ପାଇ ୨ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୫୨ରେ ପ୍ରଥମେ ନିର୍ବାଚିତ ହେବା ପରେ ୫ ବର୍ଷ ଶୃଙ୍ଖଳିତ ଭାବେ ଶାସନ କରିବା ପରେ ପୁଣି ୧୯୫୭ରେ ଦେଶର ମଙ୍ଗ ଧରିଥିଲେ ପଣ୍ଡିତ୍‌ ନେହରୁ। ଏଣୁ ମୋଦିଙ୍କ ଏହା ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି।

ଅପରପକ୍ଷେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପିର ଶକ୍ତି ବୃଦ୍ଧି ହୋଇଛି ଓ ଧୀର ପାଣି ପଥର କାଟେ ନ୍ୟାୟରେ ଦଳ ଦେଶରେ ନିଜ ସ୍ଥିତି ମଜଭୁତ୍‌ କରିବାକୁ ଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ଅନୁଶୀଳନ କଲେ ଏହି କଥା ଜଣାପଡିବ। ୨୦୧୪ରେ ବିଜେପି ଏକୁଟିଆ ୨୮୨ ଆସନ ଅକ୍ତିଆର କରିଥିବା ବେଳେ ଏଥର ୩୦୦ରୁ ଊର୍ଦ୍ଧ୍ୱ ଆସନ ନିଜ ସପକ୍ଷକୁ ଆଣିବାକୁ ସକ୍ଷମ ହୋଇଛି ଦଳ। ସେହିପରି ୨୦୧୪ରେ ୨୭ ରାଜ୍ୟରେ ଗେରୁଆ ଧ୍ୱଜା ଉଡ଼ାଇଥିବା ଦଳ ଏଥର ୨୮ ରାଜ୍ୟରେ ନିଜର ଦବଦବା ଥିବା ପ୍ରମାଣିତ କରିଛି। ପୂର୍ବ ସାଧାରଣ ନିର୍ବାଚନରେ ଦଳ ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କ୍ଲିନ୍‌ ସୁଇପ୍‌ କରିଥିବା ବେଳେ ଏଥର ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଗୋଟିଏ ଅଙ୍କ। ମାନେ ୨୦୧୯ ନିର୍ବାଚନରେ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦଳ ସମସ୍ତ ଆସନରେ ବିଜୟୀ ହୋଇଛି।

ଭୋଟ୍‌ ହାର ମଧ୍ୟ ସମାନ୍ତରାଳ ଢଙ୍ଗରେ ବୃଦ୍ଧି ହୋଇଛି। ୨୦୧୪ରେ କେବଳ ବିଜେପିକୁ ୧୭ କୋଟି ଭୋଟ୍‌ ମିଳିଥିବା ବେଳେ ଏଥର ଏନ୍‌ଡିଏକୁ ମିଳିଛି ୨୭ କୋଟି ଭୋଟ୍‌। ଗତ ଥର ୩୧ ପ୍ରତିଶତ ଭୋଟ ପାଇଥିବା ବିଜେପିର ଏଥର ଭୋଟ ହାର ବଢ଼ି ୩୭ ପ୍ରତିଶତ ହୋଇଛି। ଯାହାକୁ ଦେଖି ଲାଗୁଛି ବିଜେପିର କ୍ରମାଗତ ବିଜୟ ଦଳକୁ ଆଗକୁ ଫାଇଦା ଦେବ।



from Odisha Reporter http://bit.ly/2HzVzJt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages