କେଉଁ ରାଜ୍ୟରେ ବିଜେପି କଲା କ୍ଲିନ୍‌ ସୁଇପ୍‌, କେଉଁଠି ଖୋଲିପାରିଲାନି ଖାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

କେଉଁ ରାଜ୍ୟରେ ବିଜେପି କଲା କ୍ଲିନ୍‌ ସୁଇପ୍‌, କେଉଁଠି ଖୋଲିପାରିଲାନି ଖାତା

ନୂଆଦିଲ୍ଲୀ: ସମଗ୍ର ଦେଶରେ ମୋଦି ସୁନାମି ଦେଖିବାକୁ ମିଳିଛି। ବିଜେପି ଏକାକୀ ୩୦୩ଟି ଆସନ ଜିତିଥିବା ବେଳେ ଏନ୍‌ଡିଏ ୩୫୧ଟି ଆସନ ପାଇଛି।  ଏକାଧିକ ରାଜ୍ୟରେ ବିଜେପି କ୍ଲିନ୍‌ ସୁଇପ୍‌ କରିଛି। ଅର୍ଥାତ ଉକ୍ତ ରାଜ୍ୟର ସମସ୍ତ ଆସନ ବିଜେପି ଦଖଲରେ ରହିଛି।

ଅନ୍ୟପକ୍ଷରେ ବିଜେପି କର୍ଣ୍ଣାଟକାକୁ ଛାଡ଼ି ଦେଲେ ଦକ୍ଷିଣ ଭାରତରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ସେହିପରି ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିଜେପି ଧସେଇ ପଶିବାରେ ସକ୍ଷମ ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଜ୍ୟରେ ବିଜେପି ବିରୋଧୀଙ୍କୁ ସଂପୂର୍ଣ୍ଣ ଭାବେ ମାତ ଦେଇଛି।

ନିକଟରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା। କିନ୍ତୁ ଲୋକସଭା ନର୍ବାଚନରେ ବିଜେପି ଜବରଦସ୍ତ କମ୍‌ବ୍ୟାକ୍‌ କରିଛି। ଏଠାକାର ୨୫ଟି ଯାକ ଲୋକସଭା ଆସନରେ ବିଜେପି ମୂଳପୋଛ କରିଛି। ସେହିପରି ଗୁଜରାଟ୍‌ରେ ବି ମୋଦି ଓ ଶାହଙ୍କ ଯାଦୁ ଦେଖିବାକୁ ମିଳିଛି। ଏଠାରେ ୨୬ଟି ଯାକ ଆସନରେ ବିଜେପି ଜିତିଛି।

ହରିଆଣାରେ ବିଜେପି ୧୦ଟି ଯାକ ଆସନ କବଜା କରିବାରେ ସକ୍ଷମ ହୋଇଛି। ୨୦୧୪ ନିର୍ବାଚନରେ ବିଜେପି ଦିଲ୍ଲୀରେ ୭ଟି ଲୋକସଭାରୁ ୬ଟିରେ ଜିତିଥିଲା। କିନ୍ତୁ ଏଥର ସମସ୍ତ ୭ଟି ଯାକ ଆସନ ନିଜ ଦଖଲକୁ ନେଇଛି।

ଉତ୍ତରାଖଣ୍ଡରେ ବି ମୋଦି ଯାଦୁ ଚାଲିଛି। ରାଜ୍ୟର ୫ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଜିତିଛନ୍ତି। ହିମାଚଳ ପ୍ରଦେଶରେ ବିଜେପି ସମସ୍ତ ୪ଟି ଯାକ ଆସନ ପାଇଛି।

ଅନ୍ୟପକ୍ଷରେ ତାମିଲନାଡୁରେ ଦଳ ଏଆଇଏଡିଏମକେ ସହ ମେଣ୍ଟ କରିଥିଲେ ହେଁ ଗୋଟିଏ ହେଲେ ବି ଆସନ ଜିତିପାରି ନାହିଁ। ଆନ୍ଧ୍ର ପ୍ରଦେଶରେ ବି ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ।

କେରଳରେ କଂଗ୍ରେସ ଓ ୟୁଡିଏଫ୍‌ ମେଣ୍ଟ ବିଜେପିକୁ ମୂଳପୋଛ କରିଛନ୍ତି। ତେବେ ତେଲେଙ୍ଗାନରେ ବିଜେପି ୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି।



from Odisha Reporter http://bit.ly/2HzB932

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages