ପ୍ରଥମ କ୍ରିକେଟର୍‌ ଭାବେ ଆଇପିଏଲ୍‌ରେ ଏହି ରେକର୍ଡ କଲେ ରାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ପ୍ରଥମ କ୍ରିକେଟର୍‌ ଭାବେ ଆଇପିଏଲ୍‌ରେ ଏହି ରେକର୍ଡ କଲେ ରାଇନା

ଚେନ୍ନାଇ: ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୩୭ ବଲରେ ୫୯ ରନର ଦମଦାର ଇନିଂସ୍ ଖେଳିଥିବା ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି।

ଦିଲ୍ଲୀର ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କ କ୍ୟାଚ୍ ଧରିବା ମାତ୍ରକେ ରାଇନାଙ୍କ ନାମରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲରେ ୧୮୯ ମ୍ୟାଚରେ ୫୨୯୧ ରନ୍ କରିଥିବା ରାଇନା ଚଳିତ ସିଜନରେ ଲଗାତାର ୯ ମ୍ୟାଚରେ ଗୋଟିଏ ବି କ୍ୟାଚ୍ ନେଇନଥିଲେ ଏବଂ ଏହି କାରଣରୁ ସେ ୧୦୦ କ୍ୟାଚର ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତି ଯାଉଥିଲେ। ଚଳିତ ସିଜନରେ ରାଇନା ଏପର୍ଯ୍ୟନ୍ତ ୧୩ ମ୍ୟାଚ୍ ଖେଳି ମାତ୍ର ୫ ମ୍ୟାଚ୍ ନେଇଛନ୍ତି।

ସର୍ବାଧିକ କ୍ୟାଚ୍ ମାମଲାରେ ରାଇନାଙ୍କ ପରେ ଏବି ଡି’ଭିଲିୟର୍ସ ଅଛନ୍ତି। ଏବି ୮୪ କ୍ୟାଚ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୮୨ କ୍ୟାଚ୍ ସହ ତୃତୀୟ ଏବଂ କାଇରନ୍ ପୋଲାର୍ଡ ୮୦ କ୍ୟାଚ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଚଳିତ ସଂସ୍କରଣରେ ରାଇନା ୧୩ ମ୍ୟାଚରେ ୨୫.୫୦ ହାରରେ ୧୨୪.୪୪ ଷ୍ଟ୍ରାଇକରେଟରେ ୩୦୬ ରନ୍ କରିଛନ୍ତି।



from Odisha Reporter http://bit.ly/2DHwrOA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages