ଆଳୁ ଚାଷୀଙ୍କ ଉପରୁ ମାମଲା ଉଠାଇଲା ପେପ୍ସିକୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଆଳୁ ଚାଷୀଙ୍କ ଉପରୁ ମାମଲା ଉଠାଇଲା ପେପ୍ସିକୋ

ନୂଆଦିଲ୍ଲୀ: ଗୁଜରାଟର ୪ ଜଣ ଆଳୁ ଚାଷୀଙ୍କ ନାମରେ ପେପ୍ସିକୋ କରିଥିବା ମାମଲା ଉଠାଇଦେଇଥିବା ସୂଚନା ମିଳିଛି। ଏହି କମ୍ପାନୀର ମୁଖପାତ୍ର କହିଛନ୍ତି, ସରକାରଙ୍କ ସହିତ ଆଲୋଚନା ପରେ ପେପ୍ସିକୋ ଏହି ନିଷ୍ପତ୍ତି ନେଇଛି। ଏହି ଚାଷୀମାନେ ଏଫ୍‌ସି-୫ ପ୍ରଜାତିର ଆଳୁ ଚାଷ କରୁଥିବା ନେଇ ପେପ୍ସିକୋ ମାମଲା କରିଥିଲା।

ଏହି ସ୍ୱତନ୍ତ୍ର ପ୍ରଜାତିର ଆଳୁ ‘ଲେ’ଜ୍‌ ଚିପ୍ସ’ ପାଇଁ ଆବଶ୍ୟକ ହୁଏ, ଯାହାକି ପେପ୍ସିକୋ ନିଜେ ବିକଶିତ କରିଥିବା ଦାବି କରିଆସୁଛି। ଏଥିରେ ଥିବା କମ୍‌ ଆଦ୍ରତା ପାଇଁ ଏହି ଆଳୁ ଚିପ୍ସ ପାଇଁ ଉପଯୋଗୀ ହୁଏ। ୨୦୧୬ ମସିହାରେ ଏହି ବର୍ଗର ଆଳୁକୁ ନିଜ ନାମରେ କରିଥିଲା ପେପ୍ସିକୋ।

ଏପ୍ରିଲ ମାସରେ କମ୍ପାନୀ ଗୁଜରାଟର ୪ ଜଣ ଚାଷୀଙ୍କ ନାମରେ ଅଭିଯୋଗ ଆଣିଥିଲା ସେମାନେ କମ୍ପାନୀର ବିନା ଅନୁମତିରେ ଏହି ଆଳୁ ଉତ୍ପାଦନ କରୁଛନ୍ତି। ୧୯୮୯ ମସିହାରେ ପ୍ରଥମେ ପେପ୍ସିକୋ ଆଳୁ ଚିପ୍ସ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା। ଏହାପରଠାରୁ କମ୍ପାନୀ ଚାଷୀମାନଙ୍କୁ ଏହି ଆଳୁ ବିହନ ଯୋଗାଇବା ସହିତ ନିର୍ଦ୍ଦିଷ୍ଟ ଏକ ମୂଲ୍ୟରେ ସେମାନଙ୍କଠାରୁ ଆଳୁ କିଣିନେଇଥାଏ।



from Odisha Reporter http://bit.ly/2Ls88um

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages