
ବାଲିଗୁଡ଼ା (ଅଜିତ ନାୟକ): ସାମୁଦ୍ରିକ ବାତ୍ୟା ‘ଫୋନି’ର ପ୍ରଭାବ ଯୋଗୁ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି। ଏପରି ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ୍ କରାଯାଇଛି।
‘ତିତଲି’ର ପ୍ରଭାବ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଯାହାକୁ ପ୍ରଶାସନ ମୁକାବିଲା କରିଥିଲା। ଠିକ୍ ସେମିତି ‘ଫୋନି’କୁ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ସତର୍କତା ଜାରି କରିଛି। ଯେ କୌଣସି ମୁହୂର୍ତ୍ତରେ ‘ଫୋନି’ର ମୁକାବିଲା ପାଇଁ ଅନ୍ତରଙ୍ଗ ଯୁବ ମହାସଂଘର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି। ସଂଘର ସଦସ୍ୟମାନେ ଦାରିଙ୍ଗବାଡିଠାରେ ରାତିରେ ରହି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।
from Odisha Reporter http://bit.ly/2vwKIZF
No comments:
Post a Comment