
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ଓଡ଼ିଶାର ୧୪ଟି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି। ବର୍ଷାରେ ଘର ଦ୍ୱାର ଭାଙ୍ଗି ସନ୍ତସନ୍ତିଆ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବିଭିନ୍ନ ରୋଗ ହେବାର ଆଶଙ୍କକା ରହିଛି। ସ୍ଥିତି ସୁଧାରିବା ପାଇଁ ସରକାର ଏବଂ ପ୍ରଶାସନିକ ଅଧିକାରୀମାନେ ଲାଗି ପଡ଼ିଛନ୍ତି।
ଅନ୍ୟପଟେ ବାତ୍ୟା ପୀଡ଼ିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ବାତ୍ୟା ପରେ ଲୋକମାନେ ସୁସ୍ଥ ରହିବା ପାଇଁ କ’ଣ କରିବେ ଏବଂ କ’ଣ ନକରିବେ ସେନେଇ ସଚେତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ବାତ୍ୟା ପରେ କେମିତି ରହିବେ ସଚେତନ।
- ପାଣିରେ ବୁଡ଼ି ଯାଇଥିବା କୂଅ ଓ ନଳକୂଅର ପାଣି ପିଅନ୍ତୁ ନାହିଁ।
- ପାଣିକୁ ଫୁଟାଇ କିମ୍ବା ହାଲୋଜେନ୍ ବଟିକା ପକାଇ ପିଅନ୍ତୁ।
- ଖାଇବା ଓ ଶୌଚ ହେବା ପରେ ହାତକୁ ସାବୁନରେ ଧୁଅନ୍ତୁ।
- ରନ୍ଧା ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ ଓ ମାଛି ବସିବାକୁ ଦିଅନ୍ତୁ ନାହିଁ।
- ତରଳ ଝାଡା ହେଲେ ଓ.ଆର.ଏସ୍. ମିଶା ପାଣି ପିଅନ୍ତୁ।
- ସାପ କାମୁଡ଼ିଲେ ଶୀଘ୍ର ଡାକ୍ତରଖାନା ନେଇ ଯାଆନ୍ତୁ।
- ମ୍ୟାଲେରିଆ ଓ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ମଶାରୀ ଟାଣି ଶୁଅନ୍ତୁ।
- ଘର ଆଖପାଖ ସଫା ରଖନ୍ତୁ ଓ ପାଣି ଜମିବାକୁ ଦିଅନ୍ତୁ ନାହିଁ।
from Odisha Reporter http://bit.ly/2J6HLb7
No comments:
Post a Comment