ପୁଣି ମୋଦିଙ୍କୁ ରାହୁଲ ‘ଚୋର’ କହିଥିବା ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ହେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ପୁଣି ମୋଦିଙ୍କୁ ରାହୁଲ ‘ଚୋର’ କହିଥିବା ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ନିର୍ବାଚନ କମିଶନଙ୍କ ପାଖରେ ମଙ୍ଗଳବାର ଦିନ ଫେରାଦ ହୋଇଥିଲା ବିଜେପି। ୪ଟି ଦାବିପତ୍ର ପ୍ରଦାନ କରି ଉଭୟ ମମତା ଏବଂ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି।

ଶାସକ ଦଳ ବିଜେପି ଦାଖଲ କରିଥିବା ଦାବିପତ୍ରରେ ଦର୍ଶାଇଛି ଯେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ‘ଚୋର’ ବେଲି ନିର୍ବାଚନୀ ରାଲିରେ କହୁଛନ୍ତି। ୬ଟି ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ‘ଚୋର’ ବୋଲି କହୁଥିବାର ପ୍ରମାଣ ବିଜେପି ଦାଖଲ କରିଛି।

ଯେଉଁଥିରେ ରାହୁଲ ଗାନ୍ଧି ଉଦବୋଧନ ଦେଇ ଭୋଟରଙ୍କୁ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ଏମିତି ଜଣେ ‘ଚୋର’, ଯାହାଙ୍କ ନାଁରେ ଚୋରି କରିଥିବାର ପ୍ରମାଣ ନାହିଁ’।

ଏଥିସହ ବିଜେପି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ‘ଜୟ ଶ୍ରୀରାମ’ ନାରାକୁ ଅନ୍ୟ ଅର୍ଥରେ ମମତା ବାନାର୍ଜି କହୁଥିବା ବିଜେପି ଦାବିପତ୍ରରେ ଦର୍ଶାଇଛି।

ସୂଚନାଯୋଗ୍ଯ ଯେ ଗୋଟିଏ ପଟେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୌର ହେ’ ମନ୍ତବ୍ୟ ପାଇଁ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି ସୁପ୍ରିମକୋର୍ଟ ଆଗରେ। ସେପଟେ ମଙ୍ଗଳବାର ଦିନ ଚୌକିଦାର ନାଁ ନ ନେଇ ଅନ୍ୟ ପ୍ରସଙ୍ଗରେ ମୋଦିଙ୍କୁ ଯୋଡ଼ି ଚୋର ବୋଲି ରାହୁଲ କହିଥିବା ବିଜେପି ଦର୍ଶାଇଛି।



from Odisha Reporter http://bit.ly/2Jv90vg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages