ଓଡ଼ିଶାରେ ବିଜେପି ବଢ଼ୁଛି, ବିଜେଡି ଓ କଂଗ୍ରେସ ଖସୁଛନ୍ତି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଓଡ଼ିଶାରେ ବିଜେପି ବଢ଼ୁଛି, ବିଜେଡି ଓ କଂଗ୍ରେସ ଖସୁଛନ୍ତି: ବୈଜୟନ୍ତ

Baijayant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେପି ବଢୁଛି ଏବଂ ବିଜେଡି ଓ କଂଗ୍ରେସ୍ ଖସୁଛନ୍ତି। ଜାତୀୟ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏ କଥା କହିଛନ୍ତି।

ସେ କହିଛନ୍ତି, ବିଭିନ୍ନ ଏକ୍‌ଜିଟ୍ ପୋଲ୍ ଅନୁଯାୟୀ, ଓଡ଼ିଶାର ଅଧିକାଂଶ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ। ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପି ବଢୁଛି। ଏଠାରେ ଅନ୍ୟ ଦଳମାନଙ୍କ ପ୍ରଦର୍ଶନ କମୁଛି। ଏପରିକି ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ସରକାର ଗଢ଼ିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ପାର୍ଟି ଜିତିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ପ୍ରଶ୍ନର ଉତ୍ତରେ ବୈଜୟନ୍ତ କହିଛନ୍ତି, “ଆମ ପାର୍ଟିରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କେଭି ସିଂଦେଓ ଓ ପ୍ରତାପ ଷଡ଼ଙ୍ଗୀ ଭଳି ବହୁ ବଡ଼ ବଡ଼ ପ୍ରତିଭା ଅଛନ୍ତି। ପାର୍ଟିରେ ଯାହା ନିଷ୍ପତ୍ତି ହେବ ତାକୁ ଗ୍ରହଣ କରିବୁ। ସମସ୍ତେ ମିଶିକି କାମ କରିବୁ। ମୋତେ ଯେଉଁ ଦାୟିତ୍ୱ ମିଳିବ ମୁଁ ସୂଚାରୁ ରୂପେ ସଂପାଦନ କରିବି।”

ସେ ଆହୁରି କହିଛନ୍ତି,“ମୁଁ ବିଜେପିରେ ଯୋଗଦେବା ବେଳେ କିଛି ସର୍ତ୍ତ ରଖି ନଥିଲି। ପାର୍ଟି ମୋତେ ବହୁତ ସମ୍ମାନ ଦେଇଛି। ପାର୍ଟି ମୋତେ ଉପାଧ୍ୟକ୍ଷ କରିଛି। ମୁଁ ପାର୍ଟିରେ ବହୁତ ଖୁସି ଅଛି।”

ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରିବା ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି ଯେ, ତାଙ୍କର କୌଣସି ଦଳ ପାଇଁ ବାଛବିଚାର ନାହିଁ। କେନ୍ଦ୍ରରେ ଏନ୍‌ଡିଏ ସରକାର ହେବାକୁ ଯାଉଥିବା ବେଳେ ଅନ୍ୟ ଦଳଗୁଡ଼ିକ ପାଇଁ ବିଜେପି ଦ୍ୱାର ଖୋଲା ରହିଛି।

ଦେଶବ୍ୟାପୀ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି, ପରାଜିତ ହେଲେ ଇଭିଏମକୁ ଦୋଷ ଦେବା ଏବେ ପରମ୍ପରା ହୋଇଗଲାଣି। ଏହା ଦୁର୍ଭାଗ୍ୟଜନକ। ଏହାକୁ ଗୁରୁତ୍ୱର ସହ ନେବା ଉଚିତ ନୁହେଁ।



from Odisha Reporter http://bit.ly/2EoPQ7h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages