ଗେମ୍‌ରେ ଶ୍ରିୟାନ୍ସଙ୍କୁ ଏମିତି ଆଉଟ୍‌ କଲେ ସୁର୍ଯ୍ୟମୟୀ: କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଗେମ୍‌ରେ ଶ୍ରିୟାନ୍ସଙ୍କୁ ଏମିତି ଆଉଟ୍‌ କଲେ ସୁର୍ଯ୍ୟମୟୀ: କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶ ରିପୋର୍ଟର):  ରିଲିଜ୍‌ ହୋଇସାରିଛି ଓଲିଉଡ୍‌ ଫିଲ୍ମ ‘ସେଲ୍‌ଫିସ୍‌ ଦିଲ୍’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ନବାଗତା ଅଭିନେତା ଶ୍ରେୟାନ୍ସ। ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି । କେବଳ ଫିଲ୍ମରେ ନୁହେଁ ରିୟଲ ଲାଇଫ୍‌ରେ ବି ଦୁହିଁଙ୍କ ବଣ୍ଡିଂ ବି ଖୁବ୍‌ ଭଲ। ଯାହାର ଝଲକ୍‌ ଓଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‘ଗପସପ’ରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଏକ ଗେମ୍‌ ସେଗ୍‌ମେଣ୍ଟ ସମୟରେ ଦୁହିଁଙ୍କ ମଧ୍ୟରେ ଚାଲିଥିବା ଥଟ୍ଟାମଜା ଓ ରାଗରୁଷା ବୟାନ କରୁଥିଲା ସେମାନେ ପରସ୍ପରକୁ କେତେ ଭଲ ଭାବେ ବୁଝିପାରନ୍ତି।

କ’ଣ ଥିଲା ଗେମ୍‌ ସେଗ୍‌ମେଣ୍ଟ?

ଗେମ୍‌ ଅନୁଯାୟୀ କାର୍ଯ୍ୟକ୍ରମର ଉପସ୍ଥାପିକା ଜଣଙ୍କୁ ଏକ ଶବ୍ଦ ଦେବେ । ଆଉ ସେ ଶବ୍ଦକୁ ଉକ୍ତ ବ୍ୟକ୍ତି ଚିତ୍ର ମାଧ୍ୟମରେ ଅନ୍ୟ ଜଣଙ୍କୁ ଦେଖାଇବେ। ଅନ୍ୟ ଜଣେ ସେ ଶବ୍ଦଟି କଣ ସେ ଚିତ୍ରକୁ ଦେଖି ଅନୁମାନ କରିବେ।

ଗେମ୍‌ରେ ପୁରା ଫେଲ୍‌ ଶ୍ରେୟାନ୍ସ

ଯାହା ଦେଖାଗଲା ଏହି ଗେମ୍‌ ସେଗ୍‌ମେଣ୍ଟରେ ପୁରା ଫେଲ୍‌ ମାରିଗଲେ ଅଭିନେତା ଶ୍ରେୟାନ୍ସ। ସୁର୍ଯ୍ୟମୟୀ ଯେଉଁ ଶବ୍ଦ କହିବାକୁ ଚାହୁଁଥିଲେ ସେସେବୁ କିଛି ବି ଗେସ୍‌ କରିପାରିନଥିଲେ ଶ୍ରେୟାନ୍‌। କିନ୍ତୁ ଏହାର ପୂରା ବିପରୀତ ଥିଲେ ସୂର୍ଯ୍ୟମୟୀ। ଶ୍ରେୟାନ୍‌ଙ୍କ ଚିତ୍ରରୁ ଶବ୍ଦ ଅନୁମାନ କରିବାରେ ସେ ବେଶ୍‌ ଆଗରେ। ଶ୍ରେୟାନ୍‌ ଜଣେ କ୍ରିକେଟର ହୋଇଥିବା ବେଳେ ସୁର୍ଯ୍ୟମୟୀ ମଧ୍ୟ ଜଣେ କାନ୍‌ଭାସ୍‌ ପେଣ୍ଟର । ଦୁହେଁ ଦୁହିଁଙ୍କ ପୂରା ବିପରୀତ।  ଗେମ୍‌ ସେଗ୍‌ମେଣ୍ଟ ସମୟରେ ବେଶ୍‌ ମଜାମସ୍ତି ବି ଚାଲିଥିଲା । ଯେଉଁଥିରୁ କେଉଁଠି ନା କେଉଁଠି ଦୁହିଁଙ୍କ ମଧ୍ୟରେ ଥିବା ବନ୍ଧୁତାର ସମ୍ପର୍କର ଝଲକ୍‌ ବାରି ହୋଇଯାଉଥିଲା।



from Odisha Reporter http://bit.ly/2M4J90c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages