ଫଳ ପ୍ରକାଶ ନ ପାଉଣୁ ହାତ ଟେକିଦେଲା କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଫଳ ପ୍ରକାଶ ନ ପାଉଣୁ ହାତ ଟେକିଦେଲା କଂଗ୍ରେସ!

niranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳ। ହେଲେ ତା’ ପୂର୍ବରୁ ହାତ ଟେକି ଦେଲାଣି କଂଗ୍ରେସ। ରାଜ୍ୟରେ ଦଳର ପ୍ରଦର୍ଶନକୁ ନେଇ ଏକ ପ୍ରକାର ନିରାଶାଭାବ ପ୍ରକାଶ କରିଛନ୍ତି ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି,“ଆମେ ସରକାର ଗଠନ କରିବୁ ବୋଲି ଆଶାବାଦୀ ନାହୁଁ। କଂଗ୍ରେସ ପ୍ରମୁଖ ବିରୋଧୀ ଦଳର ମର୍ଯ୍ୟାଦା ରଖି ପାରିବ କି ନାହିଁ, ତାକୁ ନେଇ ମଧ୍ୟ ସନ୍ଦେହ ହେଉଛି।”

ନିରଞ୍ଜନ କହିଛନ୍ତି,“କଂଗ୍ରେସ ଫାଇଟ୍ ଦେଇଛି, ଫଳାଫଳ ଅଲଗା କଥା। ଗତ ଥର ଅପେକ୍ଷା କଂଗ୍ରେସକୁ ଅଧିକ ଆସନ ମିଳିପାରେ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆମେ ଭଲ କରିବୁ। ହେଲେ ପଶ୍ଚିମ ଓଡ଼ିଶାରେ ଯାହା ପାଇବାତର ଆଶା କରିଥିଲୁ, ତାହା ପାଇବୁ ନାହିଁ।”

ନିରଞ୍ଜନ ଘସିପୁରା ଓ ଭଣ୍ଡାରୀପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଉଭୟ ଆସନରୁ ଜିତିବା ନେଇ ବେଶ୍ ଆତ୍ମବିଶ୍ୱାସ ଦେଖାଇଛନ୍ତି। ସେ କହିଛନ୍ତି,“ମୁଁ ଭଣ୍ଡାରୀପୋଖରୀ ଓ ଘସିପୁରା ଆସନରୁ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଭଣ୍ଡାରୀପୋଖରୀରେ ଅଧିକ ଭୋଟ୍‌ ପାଇବି, ଘସିପୁରାରେ ବି ଜିତିବି।”

ସୋନିଆ ଗାନ୍ଧିଙ୍କ ନିମନ୍ତ୍ରଣ ରକ୍ଷା କରି ନବୀନ ପଟ୍ଟନାୟକ ୟୁପିଏ ବୈଠକକୁ ଯିବା ନେଇ ନିରଞ୍ଜନ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ମୁଁ ଭାବୁଛି ନବୀନ ଯିବେନି। ବିଜେଡିର ସମଦୂରତା ଉଠିଯାଇଛି। କେନ୍ଦ୍ରରେ କିଏ ସରକାର କରିବା ତା’ ଉପରେ ନବୀନଙ୍କ ନଜର ରହିଛି।”

ବିଜେପି ଓ ବିଜେଡି ମିଶିଗଲେ, କଂଗ୍ରେସ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ହେବ ବୋଲି ନିରଞ୍ଜନ କହିଛନ୍ତି।



from Odisha Reporter http://bit.ly/2JwTdwX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages