ବଲିଉଡ୍‌ରେ ଠୁମ୍‌କା ଲଗାଇଲେ ସମ୍ବଲପୁରୀ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବଲିଉଡ୍‌ରେ ଠୁମ୍‌କା ଲଗାଇଲେ ସମ୍ବଲପୁରୀ ଝିଅ

ମୁମ୍ବାଇ: ଓଡ଼ିଶାର ଅନେକ କଳାକାର ବାହାର ରାଜ୍ୟକୁ ଯାଇ ନିଜର ପ୍ରତିଭା ପ୍ରର୍ଦଶନ କରି ମାଟି ଲାଗି ଗୌରବ ଆଣିଛନ୍ତି। ତାହା ରିଆଲିଟି ଶୋ’ ହେଉ ବା ବଲିଉଡ୍‌ ଫିଲ୍ମ ସବୁଠି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହେବା ଗର୍ବର ବିଷୟ ।

ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ। ସେ ପୁଣି ଏଣ୍ଟ୍ରି କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ। ସମ୍ବଲପୁରର ସୁଶ୍ରୀ ଶେୟା ମିଶ୍ର ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ମଲାଲ୍‌’ରେ ଆଇଟମ୍ ନମ୍ବର ‘ଆଇଲାରେ’ ନିଜର ଡ୍ୟାନ୍ସର ଠୁମ୍‌କା ଲଗାଇଛନ୍ତି।

ପୂର୍ବରୁ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ସହ ମଡେଲିଂ ଜଗତରେ ମଧ୍ୟ ସେ ବେଶ୍‌ ପରିଚିତ । ଶ୍ରେୟାଙ୍କର ଏହା ହେଉଛି ଦ୍ୱିତୀୟ ବଲିଉଡ୍‌ ଫିଲ୍ମ ଏବଂ ପ୍ରଥମ ଆଇଟମ୍‌ ଗୀତ।

କାଲି ଏହି ଗୀତର ଭିଡିଓ ରିଲଜ୍‌ ହୋଇଥିବା ବେଳେ ୬ ଘଣ୍ଟାରେ ଏହି ଗୀତକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।



from Odisha Reporter http://bit.ly/2JNuIvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages