ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କିଏ ହେବେ ସାମିଲ? ଶପଥ ପୂର୍ବରୁ ୧୦ ବଡ ସସପେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କିଏ ହେବେ ସାମିଲ? ଶପଥ ପୂର୍ବରୁ ୧୦ ବଡ ସସପେନ୍ସ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିବା ପରେ ଏବେ ସମସ୍ତଙ୍କ ନଜର କିଏ ହେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ, କିଏ ହେବେ ବିଜେପି ସଭାପତି। ଏଭଳି ଅନେକ ପ୍ରସଙ୍ଗ ଏବେ ଚା’ ଖଟିରୁ ଆରମ୍ଭ କରି ସୋଶାଲ ମିଡିଆରେ ବିତର୍କର ବିଷୟ ବସ୍ତୁ ପାଲଟିଛି।

  • ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କେଉଁ ବିଭାଗ ସମ୍ଭାଳିବେ?
  • ଯଦି ଅମିତ ଶାହ ମନ୍ତ୍ରୀ ହେବେ ତାହେଲେ ବିଜେପି ଅଧ୍ୟକ୍ଷ କିଏ ହେବେ?
  • ଜେଟଲି ଅସୁସ୍ଥତା କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବେନି ବୋଲି କହିଛନ୍ତି, ତେବେ ତାଙ୍କ ସ୍ଥାନ କିଏ ନେବେ? ମୋଦିଙ୍କ ପ୍ରଥମ ସରକାରର ପାର୍ଟ ଟାଇମ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ନା ଜୟନ୍ତ ସିହ୍ନା?
  • ରାହୁଲ ଗାନ୍ଧିଙ୍କୁ ସ୍ମୃତି ଇରାନୀ ହରାଇଥିବାରୁ ଚଳିତଥର କେଉଁ ମନ୍ତ୍ରୀ ପଦ ପାଇବେ ଆମେଠି ସାଂସଦ?
  • ସୁଷମା ସ୍ୱରାଜ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଚଳିତଥର ନିର୍ବାଚନ ଲଢ଼ି ନାହାନ୍ତି। ତେଣୁ ଚଳିତ ସରକାରରେ ସାମିଲ ହେବେ କି ନାହିଁ?
  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରିମଣ୍ଡଳରେ ଏଥର କେଉଁ ବିଭାଗ ମିଳିବ?
  • ପଶ୍ଚିମବଙ୍ଗରେ ବିଜେପି ଅଧିକ ଆସନ ଜିତିଛି, ତେଣୁ ଏଥର ପଶ୍ଚିମବଙ୍ଗରୁ କିଏ କିଏ ମନ୍ତ୍ରୀପଦ ପାଇବେ?
  • ଗତଥର ଅପେକ୍ଷା ଚଳିତଥର ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଛି। ତେଣୁ ଧର୍ମେନ୍ଦ୍ର,ଜୁଏଲ, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡଙ୍ଗୀ, ବସନ୍ତ ପଣ୍ଡା ଆଦିଙ୍କମଧ୍ୟରୁ  ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ କି?
  • ବିଜେପି ସହ ମେଣ୍ଚରେ ସାମିଲ ଥିବା ଜେଡିୟୁ, ଶିବସେନା ଆଦି ଦଳରୁ କେତେ ଜଣ ମନ୍ତ୍ରୀ ହେବେ?
  • ଲୋକ ଜନଶକ୍ତି ପାର୍ଟିରୁ କିଏ ମନ୍ତ୍ରୀ ପଦ ହାତେଇବେ, ରାମ ବିଳାସ ପାଶଓ୍ୱାନ ନା ତାଙ୍କ ପୁଅ ଚିରାଗ ପାଶଓ୍ୱାନ?


from Odisha Reporter http://bit.ly/2KdJATB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages