ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୂର୍ବବତ୍ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିବାକୁ ଇଚ୍ଛୁକ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ କଲ୍ୟାଣ ମାର୍ଗ ୭ରେ ଭେଟ ହୋଇ କ୍ୟାବିନେଟ୍ ବାବଦରେ ଆଲୋଚନା କରିଥିଲେ। ଏହି ବୈଠକ ୪ ଘଣ୍ଟା ଧରି ଚାଲୁ ରହିଥିଲା। ମୋଦି ଏହା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କ୍ରିଷ୍ଣା ମେନନ୍ ମାର୍ଗରେ ଭେଟିଥିଲେ।
ମୋଦି ଆଜି ୮.୩୦ ବେଳେ ଜେଟ୍ଲୀଙ୍କ ନିବାସକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଅରୁଣ ଜେଟ୍ଲୀଙ୍କ ମନ୍ତ୍ରିମଣ୍ଡଳରେ ରହିବାକୁ ବୁଝାଇଥିବା ଚର୍ଚ୍ଚା ହେଉଛି। ତେବେ ସେ ନିଷ୍ପତ୍ତି କେତେଦୂର ବଦଳାଇବେ ତାହା ଆସନ୍ତାକାଲି ମଧ୍ୟରେ ସ୍ପଷ୍ଟ ହୋଇଯିବ।
ଆଜି ହିଁ ଜେଟ୍ଲୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ଜଣାଥିଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ମନ୍ତ୍ରିମଣ୍ଡଳରେ ରହିବାକୁ ଚାହୁଁନାହାନ୍ତି। ସେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟରେ ସମୟ ଦେବାକୁ ଚାହୁଁଥିବାରୁ ଦାୟିତ୍ୱ ନେଇପାରିବେନି ବୋଲି ଜଣାଇଥିଲେ।
from Odisha Reporter http://bit.ly/2WbaNNZ
No comments:
Post a Comment