
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ବେଳେ ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଲମ୍ୱିତ କରିଛନ୍ତି। ନିଲମ୍ବିତ ଡାକ୍ତରଙ୍କ ମଧ୍ୟରେ ଚିଲିକା ନୂଆପଡ଼ା CHCର ୨ ଜଣ ଡାକ୍ତର ଜାକେଶ ସାମନ୍ତରାୟ ଓ ଜାହାନା ପରବିନ ଅଛନ୍ତି। ସେହିଭଳି ବ୍ରହ୍ମଗିରି ରେବଣା ନୂଆଗାଁ CHCର ୨ ଜଣ ଡାକ୍ତର ବାପୁଜୀ ନାୟକ ଓ ଜସ୍ମିନ ନୀଳିମା ପଣ୍ଡାଙ୍କୁ ନିଲମ୍ୱିତ କରାଯାଇଛି।
ବାତ୍ୟା ବେଳେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାମଚନ୍ଦ୍ର ରାଉତଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଅନୁଗୋଳ CDMO ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତିଙ୍କୁ ପୁରୀ ସିଡିଏମ୍ଓ ଭାବେ ଅବସ୍ଥାପିତ କରାଯାଇଛି।
from Odisha Reporter http://bit.ly/2w7C6t2
No comments:
Post a Comment