ବଦଳିଲା ବିସିସିଆଇ ନିୟମ: ରଣଜୀ ମ୍ୟାଚ୍‌ରେ ପଡ଼ିବନି ଟସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବଦଳିଲା ବିସିସିଆଇ ନିୟମ: ରଣଜୀ ମ୍ୟାଚ୍‌ରେ ପଡ଼ିବନି ଟସ୍‌

ମୁମ୍ବାଇ: ରଣଜୀ ଟ୍ରଫିର ଆଗାମୀ ସିଜିନ୍‌ରେ ମ୍ୟାଚ ପୂର୍ବରୁ ଟସ୍‌ ପଡ଼ିବ ନାହିଁ। ସେହିପରି ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ଡିଆରଏସ୍‌ ନିୟମ ମଧ୍ୟ ଲାଗୁ କରାଯାଇ ପାରେ। ବିସିସିଆଇ ପକ୍ଷରୁ ରଣଜୀ ଟ୍ରଫି କୋଚ୍‌ ଏବଂ ଅଧିନାୟକଙ୍କ ମଧ୍ୟରେ ଶେଷ ହୋଇଥିବା ଦିନିକିଆ ସମ୍ମିଳନୀରେ ଏଭଳି ବିଷୟ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ଏହି ସମ୍ମିଳନୀରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଟସ୍‌ ପକାଇବାର ପରମ୍ପରାକୁ ସଂପୂର୍ଣ୍ଣ ହଟାଇ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ଟସ୍‌ ବଦଳରେ ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବ କିମ୍ବା ବୋଲିଂ କରିବ, ତା’ର ନିଷ୍ପତ୍ତି ନେବ। ଏହାଦ୍ୱାରା ଘରୋଇ ଟିମ୍‌ ନିଜ ପିଚ୍‌ର ଫାଇଦା ଉଠାଇ ପାରିବ ନାହିଁ। ସେହିପରି ରଣଜୀ ସିଜିନ୍‌ର ଯେଉଁ ମ୍ୟାଚ୍‌ ଗୁଡ଼ିକ ଟିଭିରେ ପ୍ରସାରଣ ହେବ, ସେଥିରେ ଡିଆରଏସ୍‌ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ।

ଗତବର୍ଷ ରଣଜୀ ସିଜିନ୍‌ରେ ଖରାପ ଅମ୍ପାୟରିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେମିଫାଇନାଲ୍‌ରେ ସୌରାଷ୍ଟ୍ର ଓ କର୍ଣ୍ଣାଟକା ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଚେତେଶ୍ୱର ପୂଜାରାଙ୍କ ଆଉଟ୍‌କୁ ଅମ୍ପାୟାର ନଟ ଆଉଟ୍‌ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହି ମ୍ୟାଚ୍‌ରେ ପୂଜାରା ଶତକ ହାସଲ କରିବା ସହ ଦଳକୁ ଜିତାଇଥିଲେ।



from Odisha Reporter http://bit.ly/2Q8rVh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages