
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଦାଦା ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବାଲିସାହି ଗାଁରେ।
ମୃତକ ଦ୍ୱୟ ହେଲେ ନକୁଳ ଜାନୀ (୪୦) ଏବଂ ତାଙ୍କ ଦାଦା ଶ୍ୱଶୁର ଭକ୍ତ ଜାନୀ (୪୫)।
ନକୁଳଙ୍କ ଘର ଗଣିଆ ଅଞ୍ଚଳରେ। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସେ ବାଲିସାହି ଆସିଥିଲେ।
ଆଜି ସକାଳ ପ୍ରାୟ ୯ଟା ବେଳେ ନକୁଳ ଘର ପାଖରେ ଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଭକ୍ତ ଜାନୀ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ଉଭୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପରିବାର ଲୋକେ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏ ଘଟଣା ଘଟିଥିଲା।
‘ବିଜୁ ଜ୍ୟୋତି ଯୋଜନା’ରେ ଗତକାଲି ଏହି ଗାଁକୁ ବିଜୁଳି ଦିଆଯାଇଥିବା ବେଳେ ଆଜି ଏ ଅଘଟଣ ଘଟିଗଲା।
ମୃତକଙ୍କ ପରିବାର ପକ୍ଷରୁ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2QaGIb5
No comments:
Post a Comment